Thu. Aug 13th, 2026

ୟେଦୁରାପ୍ପା କହିଲେ ଦିଲ୍ଲୀରୁ ଫେରି ଆସିଲେ ବିଜେପି ବିଧାୟକ, କର୍ଣ୍ଣାଟକର ଜେଡିଏସ୍‌-କଂଗ୍ରେସ ସରକାର ପ୍ରତି ଆଉ ବିପଦ ନାହିଁ

391 Views

ବେଙ୍ଗଲୁରୁ (କର୍ଣ୍ଣାଟକ), ଜାନୁଆରୀ ୧୯: କର୍ଣ୍ଣାଟକର ଶାସନ କ୍ଷମତାରେ ଥିବା ଜେଡିଏସ୍‌- କଂଗ୍ରେସ ମିଳିତ ସରକାରର ସ୍ଥାୟିତ୍ୱକୁ ନେଇ ‘ଘଡ଼ିକେ ଯେଉଁ ଘୋଡ଼ା ଛୁଟୁଥିଲା’ ସେଥିରେ ଆଜି ଯବନିକା ପତନ ଘଟିଛି। ଆଜି (ଶନିବାର) ଖୋଦ୍‌ କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି ଏସ୍‌ ୟେଦୁରାପ୍ପା ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଶାସନ କ୍ଷମତାରେ ରହିଥିବା ଜେଡିଏସ୍‌- କଂଗ୍ରେସ ମିଳିତ ସରକାର ପ୍ରତି ଆଉ କୌଣସି ପ୍ରକାରର ବିପଦ ନାହିଁ। କିମ୍ବା ସେମାନଙ୍କର ସରକାରର ସ୍ଥାୟିତ୍ୱ ନେଇ ଉଭୟ ଦଳ ଚିନ୍ତିତ ହେବାର ଆଉ କୌଣସି କାରଣ ନାହିଁ। ଯେଉଁ ବିଜେପି ବିଧାୟକମାନେ ଗତ ସୋମବାର ସନ୍ଧ୍ୟାରୁ ଯାଇ ଦିଲ୍ଲୀର ଗୁରୁଗ୍ରାମରେ ଡେରା ପକାଇଥିଲେ ସେମାନେ ଇତିମଧ୍ୟରେ ଦିଲ୍ଲୀରୁ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରି ଆସିଲେଣି।


କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀ କିଛି ବିଜେପି ବିଧାୟକଙ୍କୁ ବିପୁଳ ଅର୍ଥ ଓ ମନ୍ତ୍ରୀପଦର ଲୋଭ ଦେଖାଇ ନିଜ ସପକ୍ଷରେ ନେବା ପାଇଁ ଘୋଡ଼ା ବେପାର ଆରମ୍ଭ କରିଥିବା ଜଣାପଡ଼ିବା ପରେ ବିଜେପି ବିଧାୟକମାନଙ୍କୁ ଏକଜୁଟ କରି ରଖିବା ପାଇଁ ସେମାନଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀକୁ ନିଆ ଯାଇଥିଲା ବୋଲି ନିଜ ସଫେଇରେ କହିଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି ଏସ୍‌ ୟେଦୁରାପ୍ପା।

By amfnews

Related Post