Fri. Oct 2nd, 2026

ୟୁପିର ଆମେଥି ସହ କେରଳର ଓ୍ଵୟାନଦରୁ ବି ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ

370 Views

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ଵୟାନଦ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ। ଏ ସଂପର୍କରେ କେରଳ କଂଗ୍ରେସ ମୁଖ୍ୟ ମୁଲ୍ଲାପଲ୍ଲି ରାମଚନ୍ଦ୍ରନ ଶନିବାର ସ୍ପଷ୍ଟ କରିଛନ୍ତି। ରାମଚନ୍ଦ୍ରନ ଆହୁରି ବି କହିଛନ୍ତି ଯେ ପ୍ରାୟ ମାସେ ହେବ ଏହି ଯୋଜନା ଥିଲେ ବି ରାହୁଲ ପ୍ରାରମ୍ଭରୁ ରାଜି ହେଉନଥିଲେ। ଶେଷରେ ସେ ଓ୍ଵୟାନେନ୍ଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଉତ୍ତରପ୍ରଦେଶର ଆମେଥି ବ୍ୟତୀତ ରାହୁଲ କର୍ଣ୍ଣାଟକର ସେଣ୍ଟ୍ରାଲ୍‌ ବେଙ୍ଗାଲୁର, ବିଦାର, ମୌସୁର, ତାମିଲନାଡୁର କନ୍ୟାକୁମାରୀ, ଶିବଗଙ୍ଗା କିମ୍ବା କେରଳର ଓ୍ଵୟାନଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ।

୨୦୦୮ରେ ଯେତେବେଳେ ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହୋଇଥିଲା ସେ ସମୟରେ ଓ୍ଵୟାନଦ ନିର୍ବାଚନ ମଣ୍ଡଳୀ ନୂଆ କରି ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀରୁ ଶେଷ ଦୁଇ ଥର ହେଲ କଂଗ୍ରେସ ନେତା ଏମ୍‌ଏଲ୍‌ ଶାହାନଓ୍ଵାଜ ନିର୍ବାଚନ ଜିତି ଆସୁଛନ୍ତି। ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହେବାକୁ ଗତ ୬ ମାସ ତଳେ ଶାହାନଓ୍ଵାଜଙ୍କର ଦେହାନ୍ତ ହୋଇଯାଇଛି।

By amfnews

Related Post