Sun. Oct 4th, 2026

ହ୍ଵାଇଟ୍‌ ହାଉସ୍‌ରେ ଦୀପାବଳି ଦୀପ ଜଳାଇଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

227 Views

ଓ୍ଵାସିଂଟନ୍‌, ନଭେମ୍ବର ୧୪: ପ୍ରଶାସନରେ ସେବାରତ ପ୍ରମୁଖ ଭାରତୀୟ-ଆମେରିକୀୟମାନଙ୍କର ଏକ ଅନୁଷ୍ଠାନରେ ମଙ୍ଗଳବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଉପସ୍ଥିତ ହୋଇ ଏକ ଆଡ଼ମ୍ବରପୂର୍ଣ୍ଣ ଦୀପାବଳି ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଭାରତର ରାଷ୍ଟ୍ରଦୂତ ନବଜେତ୍‌ ସରଣଙ୍କ କଥାରେ ସମ୍ମତି ପ୍ରକାଶ କରି ଟ୍ରମ୍ପ୍‌ କହିଲେ, ଯୁକ୍ତରାଷ୍ଟ୍ର ଆମେରିକା -ଭାରତ ସମ୍ବନ୍ଧ ସମ୍ପ୍ରତି ସବୁଠୁ ଭଲ ଅଛି- ସମ୍ଭବତଃ ପୂର୍ବାପେକ୍ଷା ନିବିଡ଼।

ଫେଡେରାଲ୍‌ କମ୍ୟୁନିକେସନ୍‌ସ୍‌ କମିସନ୍‌ର ଅଧ୍ୟକ୍ଷ ଅଜିତ ପଟେଲ୍‌, ଡ୍ରଗ୍‌ ଏନ୍‌ଫୋର୍ସମେଣ୍ଟ୍‌ ଏଜେନ୍‌ସିର ପ୍ରଶାସକ ଉତ୍ତମ ଧିଲୋଁ ଏବଂ ମେଡିକ୍‌ଏଡ୍‌ ସର୍ଭିସ୍‌ର ସୀମା ବର୍ମା ଏବଂ ଟ୍ରମ୍ପ୍‌ ପ୍ରଶାସନରେ ସେବାରତ ଅନ୍ୟାନ୍ୟ ଭାରତୀୟ-ଆମେରିକୀୟମନେ ରଷ୍ଟ୍ରପତି ଇଉରୋପ୍‌ରୁ ଫେରିବା ପରେ ଆୟୋଜିତ ଏହି ସଂକ୍ଷିପ୍ତ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।

ଟ୍ରମ୍ପ୍‌ ବଡ଼ ଖୁସିବାସିଆ ମିଜାଜ୍‌ରେ ଥିଲେ। ଦୀପଟି ଶୀଘ୍ର ନ ଲାଗିବାରୁ ଏ ଭଳି ଦୀପ ଲାଗିବ ନାହିଁ କହି ସେ ଟିକିଏ ରହସ୍ୟ କରିଥିଲେ। ସବୁ ପ୍ରକାର ରାଜନୈତିକ ପ୍ରଶ୍ନ ଏଡ଼ାଇ ଯାଇ ସେ ଯୁକ୍ତରାଷ୍ଟ୍ର ଆମେରିକା- ଭାରତ ସମ୍ବନ୍ଧ ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

By amfnews

Related Post