Thu. Oct 8th, 2026

ହୋଟେଲ ମାଲିକଙ୍କୁ ଅପହରଣ ଅଭିଯୋଗ

210 Views

ନବରଙ୍ଗପୁର, ନଭେମ୍ବର ୦୯: ହୋଟେଲ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ।

ସୂଚନା ଅନୁସାରେ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଣ୍ଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ ଯାଇଥିଲେ।

କିଛି ଲୋକ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁନୀଲଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏଫ୍‌ସିଆଇ ନିକଟରେ ତାଙ୍କର ଏକ ହୋଟେଲ୍ ରହିଛି। ତେବେ ଏନେଇ ପୁଲିସ୍ ଓ ତାଙ୍କ ଘର ଲୋକେ କିଛି କହିବାକୁ ମନା କରି ଦେଇଛନ୍ତି।

By amfnews

Related Post