Fri. May 22nd, 2026

ହେଲମେଟ ପିନ୍ଧି ନ ଥିଲେ ବସ୍‌ ଡ୍ରାଇଭର; ଗଣିବେ ଜୋରିମାନା !

227 Views

ନୋଏଡ଼ା  :   ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଜୋରିମାନା ମାମଲା ବେଶ୍‌ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।  କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର  ଟଙ୍କା  ଜୋରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଜୋରିମାନା ଦେବାକୁ ପଡୁଛି।

ଏପରି ଏକ ଘଟଣା ନୋଏଡାରେ ଦେଖିବାକୁ ମିଳିଛି। ଜଣେ ବସ୍‌ ଡ୍ରାଇଭର ଗାଡ଼ି ଚଳାଇ‍ବା ସମୟରେ  ହେଲମେଟ୍ ନପିନ୍ଧିବାରୁ  ପରିବହନ ବିଭାଗ ୫୦୦ ଟଙ୍କା ଜୋରିମାନା କରିଛି।  ଗତ ୧୧ ସେପ୍ଟେମ୍ୱରରେ ଅନ୍‌ଲାଇନ୍‌ରେ ଏହି ଜୋରିମାନା କଟା ଯାଇଥିବା ବେଳେ ଗତକାଲି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ବସ୍‌ ଚଳାଇବା ବେଳେ ହେଲମେଟ୍‌ ପିନ୍ଧି ନ ଥିବାରୁ ୫୦୦ ଟଙ୍କା ଜୋରିମାନା କରାଯାଇଛି ବୋଲି  ନୋଏଡାର ଘରୋଇ ବସ୍‌ ମାଲିକ ସଂଘ କହିଛି।  ଏନେଇ ବସ୍‌ ମାଲିକ ସଂଘ ସଭାପତି ନିରାକର ସିଂହ କହିଛନ୍ତି,“ପରିବହନ ବିଭାଗର ଏପରି କାମକୁ ନେଇ ସାଧାରଣରେ  ପ୍ରଶ୍ନ ଉଠୁଛି। ଏଥିସହ ପ୍ରତିଦିନ ଗାଡ଼ି ଚାଳକଙ୍କ ଉପରେ ଲାଗୁ ହେଉଥିବା ଜୋରିମାନାର ସତ୍ୟତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ଯଦି ଆବଶ୍ୟକ ହୁଏ ଏହି ଘଟଣା ସମ୍ପର୍କରେ କୋର୍ଟକୁ ଯିବି।”

 

By amfnews

Related Post