Sun. Oct 18th, 2026

ହୃଦାନନ୍ଦଙ୍କୁ କଚାଡ଼ି ଦେଲା ହାତୀ

304 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଶାଳୁଆ ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୃଦାନନ୍ଦ ମଲ୍ଲିକ। ତାଙ୍କ ଘର ତୁମୁସିଙ୍ଗା ଥାନା ଗୋଦରବିଲି ଗାଁରେ।

ଆଜି ଭୋରରେ ହୃଦାନନ୍ଦ ଶୌଚ ପାଇଁ ସୋଗର ଶାଳୁଆ ଛକ ଆଡ଼କୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post