Wed. Sep 23rd, 2026

ହୀରାକୁଦ ରେଳବାଇ ଷ୍ଟେସନ୍‌ ନିକଟରେ ବାଇକ୍‌ ଦୁର୍ଘଟଣା; ଏମ୍‌ସିଏଲ୍‌ କର୍ମଚାରୀ ମୃତ

234 Views

ସମ୍ବଲପୁର : ରବିବାର ସକାଳେ ହୀରାକୁଦ ରେଳବାଇ ଷ୍ଟେସନ୍‌ ପାଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ଏମ୍‌ସିଏଲ୍‌ର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ରାଜେନ୍ଦ୍ର ମିଶ୍ର। ସେ ଏମ୍‌ସିଏଲ୍‌ ମୁଖ୍ୟାଳୟକୁ ଯିବା ବାଟରେ ସକାଳ ପ୍ରାୟ ୮ଟା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟାଳୟର ପ୍ରାୟ ୫୦ ମିଟର୍‌ ଦୂରରେ ରାଜପଥରେ ଥିବା କଟ୍‌େଓ୍ଵରେ ସେ ତାଙ୍କ ସ୍କୁଟର୍‌ ବୁଲାଉ ଥିବାବେଳେ ବରଗଡ଼ ପଟରୁ ଅତି ଦ୍ରୁତ ଗତିରେ ଆସୁଥିବା ଗୋଟାଏ କାର୍‌ ତାଙ୍କ ଉପରେ ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଧକ୍କା ଦେଇଥିବା କାର୍‌ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି ଏବଂ ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ପଠାଇବାର ବ୍ୟବସ୍ଥା କରୁଛି। ଘଟଣାସ୍ଥଳରେ କାର୍‌ ଡ୍ରାଇଭର୍‌ ନ ଥିବା କଥା କହି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post