Fri. Oct 16th, 2026

ହାଟପଡ଼ିଆ ଅରମାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

624 Views

ଯାଜପୁର, ଡିସେମ୍ବର ୦୨: ରବିବାର ସକାଳେ ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ତାରପୁର ହାଟପଡ଼ିଆରୁ ସ୍ଥାନୀୟ ଲୋକେ ଗୋଟିଏ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି।

ଏ ସଂକ୍ରାନ୍ତରେ କେତେକ ଗ୍ରାମବାସୀ ଯାଜପୁର ରୋଡ୍‌ ଥାନା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଛନ୍ତି। ସେମାନେ ଆସିବା ପରେ ଶୁଶୁପୁତ୍ରଟିକୁ ହସ୍ତାନ୍ତର କରାଯିବ।ଲୋକମାନଙ୍କ କହିବା ଅନୁସାରେ, ପିଲାଟିକୁ କେହି ରାତି ୩ଟା ରୁ ସକାଳ ମଧ୍ୟରେ ଖଣ୍ଡେ କନାରେ ଗୁଡ଼ାଇ ଅରମାରେ ଶୁଆଇ ଦେଇ ଚାଲି ଯାଇଛି।

By amfnews

Related Post