Mon. Oct 19th, 2026

‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କଲେ ଚିଦାମ୍ୱରମ୍

357 Views

ନୂଆଦିଲ୍ଲୀ  : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ୍ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ଟୁଇଟ୍ କରି ସମାଲୋଚନା କରିଛନ୍ତି। ଗତକାଲି ଆମେରିକାର ଟେକ୍ସାସର ହ୍ୟୁଷ୍ଟନରେ ଭାରତ ଏବଂ ଆମେରିକା ଦ୍ୱାରା ଏକ ମିଳିତ କାର୍ଯ୍ୟକ୍ରମ ହୋଇଥିଲା। ଯାହାର ନାମ ଥିଲା ‘ହାଓଡି ମୋଦି’।

ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଥିବା ପି. ଚିଦାମ୍ୱରମ ଟୁଇଟ୍ କରି କହିଛନ୍ତି ଦେଶରେ ବେରୋଜଗାର, କମ୍ ଦରମା, ହିଂସା, କଶ୍ମୀରରେ ବିରୋଧୀ ନେତାଙ୍କୁ ବନ୍ଦୀ କରିବା ଇତ୍ୟାଦି ରହିଛି। ଏହାବାଦ୍ ସବୁ କିଛି ଠିକଠାକ୍ ରହିଛି ବୋଲି ସେ କହିଛନ୍ତି।

P. Chidambaram

✔@PChidambaram_IN

मैंने अपने परिवार को मेरी ओर से ट्वीट करने के लिए कहा है:

मैं आज सम्मान की अनुभूति कर रहा हूँ कि श्रीमती सोनिया गांधी और डॉ. मनमोहन सिंह जी मुझसे मिलने आए। जब तक कांग्रेस पार्टी मजबूत और साहसी है, मैं भी मजबूत और साहसी रहूंगा।

P. Chidambaram

✔@PChidambaram_IN

बेरोजगारी, कम वेतन, भीड़ हिंसा, कश्मीर में तालाबंदी, मौजूदा नौकरियों के खत्म होने और विपक्षी नेताओं को जेल में डालने के अलावा भारत में सब अच्छा है

ସୂଚନାଯୋଗ୍ୟ, ଗତକାଲି ହାଓଡି ମୋଦି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଓଡି ମୋଦିର ଅର୍ଥକୁ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ଏହାର ଅର୍ଥ ବୁଝାଇ କହିଥିଲେ। ଯାହାର ଅର୍ଥ କିପରି ଅଛନ୍ତି ମୋଦି। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେଇଥିଲେ। ଉଭୟ ଦେଶର ମୁଖିଆ ପରସ୍ପରକୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଦୁଇ ଦେଶ ଏକ ହୋଇ ଆଗକୁ ବଢ଼ିବେ ବୋଲି କହିଥିଲେ।

ଅନ୍ୟପଟେ ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତିହାର ଜେଲକୁ ଆସି ଚିଦାମ୍ୱରମଙ୍କୁ ଭେଟିଛନ୍ତି। ଏହି ସମୟରେ ଚିଦାମ୍ୱରମଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ମଧ୍ୟ ଉପସ୍ଥିତ ଥିଲେ।

୨୦୦୭ ମସିହାର ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ବେଆଇନ ଭାବରେ ଅନୁମତି ଦେଇଥିଲେ ବୋଲି ଅଭିଯୋଗ ରହିଛି। ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ୩୦୭ କୋଟି ଟଙ୍କା ଫାଇଦା ପାଇଥିଲେ ବୋଲି ସିବିଆଇ ଓ ଇଡି ଦାବି କରିଛନ୍ତି।

By amfnews

Related Post