Fri. May 15th, 2026

ହାଇଦ୍ରାବାଦ ନିଜାମ ମାମଲାରେ ଭାରତ କରିଥିବା ଅଦାଲତ ଖର୍ଚ୍ଚର ୬୫% ଭରଣା କରିବ ପାକିସ୍ତାନ

197 Views

ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ େଓ୍ଵଲ୍‌ସ୍‌’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି।

ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ ପାଉଣ୍ଡ୍‌ ପଠାଇଥିଲେ। ଏବେ ସେ ଅର୍ଥର ସର୍ବନିମ୍ନ ମୂଲ୍ୟ ୩୪ ନିୟୁତ ପାଉଣ୍ଡ୍‌ ହେବ।

ଏହି ଅର୍ଥର ସୁରକ୍ଷା ନିମେନ୍ତ ୭ମ ନିଜାମ ସେବେକାର ଲଣ୍ଡନସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତ ହବିବ୍‌ ଇବ୍ରାହିମ୍‌ ରହିମତୁଲାଙ୍କ ନିକଟକୁ ପଠାଇଥିଲେ। ସେ ଏହାକୁ ନିଜ ନାମରେ ବ୍ୟାଙ୍କ୍‌ରେ ଜମା କରିଥିଲେ। ସେ ଅର୍ଥ ସମୂଳସୁଧ ଲଣ୍ଡନର ନ୍ୟାସ୍‌ନାଲ୍‌ େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ବ୍ୟାଙ୍କ୍‌ରେ ଗଚ୍ଛିତ ଅଛି। ସେ ଅର୍ଥ ଉପରେ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରି ଅଦାଲତର ଆଶ୍ରୟ ନେଇଥିଲା।

ଅଦାଲତ ଆଦେଶ ଦେଇଛନ୍ତି କି ମୋକଦ୍ଦମା ବାବଦରେ ହୋଇଥିବା ଖର୍ଚ୍ଚର ୬୫% ହିସାବରେ ପାକିସ୍ତାନ ରାଜପୁତ୍ର ମୁଫାକମ୍‌ ଝାଙ୍କୁ ୧, ୮୩୫, ୪୪୫. ୮୩ ପାଉଣ୍ଡ୍‌, ଭାରତ ସରକାରଙ୍କୁ ୨, ୮୦୨, ୧୯୨. ୨୨ ପାଉଣ୍ଡ୍‌ ଏବଂ ଅଷ୍ଟମ ନିଜାମ ମୁକରମ୍‌ ଝାଙ୍କୁ ୭୯୫, ୦୬୪. ୬୩ ପାଉଣ୍ଡ୍‌ ଦେବ।

By amfnews

Related Post