Mon. Aug 17th, 2026

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

163 Views

ଜୟପୁର : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ାସ୍ଥିତ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ବିଳାସିନୀ ଚାରିକି। ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କ ଘର ରାମଗିରି ଗାଁରେ।

ଗତକାଲି ସକାଳେ ହଷ୍ଟେଲରେ ଖାଇବା ସମୟରେ ବିଳାସିନୀ ଅନୁପସ୍ଥିତ ଥିଲେ। ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ। ହେଲେ ସେ ରହୁଥିବା ରୁମ୍‌ର କବାଟ ବନ୍ଦ ଥିବା ଦେଖିବା ପରେ ଝରକା ପଟେ ଡାକିବା ପାଇଁ ଚାହିଁବା ବେଳେ ଝୁଲନ୍ତା ଅବସ୍ଥାରେ ବିଳାସିନୀଙ୍କୁ ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଛାତ୍ରୀମାନେ ପ୍ରିନ୍ସିପାଲଙ୍କୁ ଖବର ଦେଇଥିଲେ। ଏନେଇ ପ୍ରିନ୍ସିପାଲ ପୁଲିସ୍‌କୁ ଖବର ଦେଇଥିଲେ।

ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଘଟଣାସ୍ଥଳରୁ ପୁଲିସ୍‌ ଏକ ସୁଇସାଇଡ ନୋଟ୍‌ ଜବତ କରିଛି। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ  ମାନସିକ ଚାପ ପ୍ରୟୋଗ କରୁଥିବା ବିଷୟରେ ଛାତ୍ରୀ ଜଣକ ସୁଇସାଇଡ ନୋଟ୍‌ରେ ଲେଖିଥିବା ଜଣାପଡ଼ିଛି । ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତରେ ଝୁଲନ୍ତା ମୃତ ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ  ପଠାଯାଇଛି। ବୈପାରୀଗୁଡ଼ା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post