Tue. Sep 8th, 2026

‘ହର ଘର୍‌ ଜଲ୍’,୨୦୨୪ ସୁଦ୍ଧା ସବୁ ଘରକୁ ପାଣି

200 Views

ନୂଆଦିଲ୍ଲୀ : ମୌସୁମୀର ଲୁଚକାଳି ଖେଳ ଯୋଗୁ ଅଧା ଭାରତରେ ଜଳ ସଙ୍କଟ ଦେଖାଦେଇଛି। ତେବେ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର କେତେକ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି।

ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୪ ସୁଦ୍ଧା ସବୁ ଗାଁରେ ପିଇବା ପାଣି ପହଞ୍ଚିବ। ୨୦୧୯ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନ୍ତ୍ରଣାଳୟ ଗଠନ ହେବ ବୋଲି କହିଥିଲେ। ପ୍ରତିଶ୍ରୁତି ରଖି ଶ୍ରୀ ମୋଦି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଛନ୍ତି। ଏବେ ଏହି ମନ୍ତ୍ରଣାଳୟ ତା’ର କାର୍ଯ୍ୟ ଆରମ୍ଭ କରିଛି

ଆଜି ବଜେଟ୍‌ ଉପସ୍ଥାପନ କରିବା ବେଳେ ନିର୍ମଳା ସୀତାରମଣ କହିଥିଲେ, “ଆମ ସରକାର ହର ଘର ଜଲ୍ ବା ସମସ୍ତଙ୍କୁ ପିଇବା ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୨୪ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ।

‘ଜଲ୍ ଜୀବନ ମିଶନ’ ଅଧୀନରେ ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଜଳ ଶକ୍ତି ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କ ସହଯୋଗରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ଓ ଘରୁ ବାହାରୁ ଥିବା ମଇଳା ପାଣିକୁ କେମିତି ବିଶୁଦ୍ଧ କରି ଚାଷ କ୍ଷେତ୍ରରେ ବ୍ୟବହାର କରାଯିବ, ତା’ର ବ୍ୟବସ୍ଥା କରିବ।”

By amfnews

Related Post