Mon. Oct 5th, 2026

ହରିୟାଣାର ହିସାରରୁ ୩ ପାକିସ୍ତାନୀ ଗୁପ୍ତଚର ଗିରଫ

231 Views

ହିସାର  : ହରିୟାଣାର ହିସାରରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି। ସେମାନେ ସେନାବାହିନୀ ସଂକ୍ରାନ୍ତ ଗୁପ୍ତ ଓ ସ୍ପର୍ଶକାତର ସୂଚନା ସେମାନଙ୍କ ହ୍ୟାଣ୍ଡଲର୍‌ମାନଙ୍କ ସହ ସେୟାର କରୁଥିବା କଥା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ୩୪ ବର୍ଷିୟ ରାଗିବ, ୨୮ ବର୍ଷିୟ ମେହତାବ୍‌ ଏବଂ ଖଲିଦ। ତିନି ଜଣଯାକ ଗୋଟାଏ ନିର୍ମାଣଧୀନ କେଣ୍ଟ୍‌ ମେସ୍‌ କୋଠାରେ ରହୁଥିଲେ।ଅଭିଯୁକ୍ତମାନଙ୍କ ଠାରୁ କେତେକ ଫଟୋଚିତ୍ର ଏବଂ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।  ସେ ମୋବାଇଲ୍‌ ଫୋନ୍‌ରୁ ଉଦ୍ଧାର କରାଯାଇଥିବା ହ୍ଵାଟ୍‌ସ୍‌ଆପ୍‌ କଲ୍‌ ଏବଂ ଭିଡିଓ କଲ୍‌ର ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ତିନି ଗିରଫ ବ୍ୟକ୍ତି ସେମାନଙ୍କ ହ୍ୟାଣ୍ଡ୍‌ଲର୍‌ଙ୍କ ସହ ଯୋଗାସୂତ୍ର ରଖିଥିଲେ। ଅଭିଯୁକ୍ତମାନଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି।

By amfnews

Related Post