Fri. Aug 14th, 2026
275 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ ଅନ୍ତର୍ଗତ କଂଶାରଡିଆ ସଂରକ୍ଷିତ ଜଙ୍ଗଲରୁ ୧୦ କେଜି ହରିଣ ମାଂସ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ। ତାଙ୍କ ନାଁ ସୁନିଲ ପରମାଣିକ। ତାଙ୍କ ଘର ବତିଘର ଅଞ୍ଚଳ ବୋଲି ଜଣାପଡ଼ିଛି।

କଂଶାରଡିଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରାଯାଉଥିବା ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ୧୦ କେଜି ହରିଣ ମାଂସ ଜବତ କରିଥିଲା। ଚଢ଼ଉ ବେଳେ ଦୁଇ ଜଣ ଶିକାରୀ ବନ ବିଭାଗକୁ ଚକମା ଦେଇ ଖସି ଯାଇଥିବା ବେଳେ ଅନ୍ୟ ଜଣେ ଶିକାରୀ ବନ ବିଭାଗ ହାତରେ ଧରା ପଡ଼ିଥିଲା।

By amfnews

Related Post