Fri. Apr 24th, 2026

ହନୁମାନ ଓ ଶ୍ରୀଜଗନ୍ନାଥଙ୍କ ଉପରେ ମନ୍ତବ୍ୟ ଦେଇ ଅଡ଼ୁଆରେ ବସନ୍ତ

250 Views

ପୁରୀ : ଆଜି ପୁରୀଠାରେ ବିଜେପି ଏସ୍‌ଟି(ଜନଜାତି) ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ହନୁମାନଙ୍କୁ ଆଦିବାସୀ ବୋଲି କହିବା ସହିତ ଜାମ୍ବବାନ୍‌, ନଳ ଓ ନୀଳଙ୍କୁ ମଧ୍ୟ ଜନଜାତି ସଂପ୍ରଦାୟର ବୋଲି‌ କହିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ଜଗନ୍ନାଥ ଜନଜାତିଙ୍କ ଦେବତା ବୋଲି ମଧ୍ୟ ମତ ରଖିଛନ୍ତି। ଏଭଳି ବର୍ଣ୍ଣନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତିକୁ ନେଇ ବିଜେପି ତଳସ୍ତରକୁ ଖସିଯାଇଥିବା ବିଜେପି ମୁଖପାତ୍ର ତଥା ନିମାପଡ଼ା ବିଧାୟକ ସମୀର ଦାଶ କହିଛନ୍ତି। ଶ୍ରୀଜଗନ୍ନାଥ କେଉଁ ନିର୍ଦିଷ୍ଟ ଜାତିର ଦେବତା ନୁହଁନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି।

ତାଳବଣିଆ ସ୍ପୋର୍ଟସ କମ୍ପଲେକ୍ସଠାରେ ଆୟୋଜିତ ଅଧିବେଶନରେ ଶ୍ରୀ ପଣ୍ଡା ରାମ ବିଚାର କଥା ଉଠାଇଥିଲେ। ରାବଣକୁ ବଧ କରିବାକୁ ରାମ ଜନଜାତିଙ୍କୁ ଏକାଠି କରିଥିଲେ। ଜନଜାତି ସଂପ୍ରଦାୟର ହନୁମାନ, ଜାମ୍ବବାନ୍‌ ନଳ, ନୀଳ ତାଙ୍କୁ ସହଯୋଗ କରିଥିଲେ। ସେହି ବିଚାରରେ ଅନ୍ୟ ଦଳକୁ ପରାହତ କରିବାକୁ ଜନଜାତିମାନେ ଏକାଠି ହେବାକୁ କହିଥିଲେ। ଶ୍ରୀ ପଣ୍ଡାଙ୍କ ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି। ଶ୍ରୀ ପଣ୍ଡା ନିଜ ମନ୍ତବ୍ୟକୁ ଫେରାଇ ନେବା ସହିତ କ୍ଷମା ପ୍ରାର୍ଥନା କରିବାକୁ ବରିଷ୍ଠ ଦଇତାପତି ସେବକ ବିସ୍ୟାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି।

By amfnews

Related Post