Sat. Apr 25th, 2026

ହକି ଖେଳାଳି ଲିଲିମା ମିଞ୍ଜ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ସମ୍ମାନ

217 Views

ଭୁବନେଶ୍ୱର ,ନଭେମ୍ବର,୫: ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି।

ଅାଜି ଭୁବନେଶ୍ୱରରେ ଅାୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଥମ ଥର ୨୦୧୧ରେ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଲିଲିମା ମିଞ୍ଜ ଶହେରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି।୨୦୧୬ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଲିଲିମା। ୨୦୧୭ରେ ୧୩ ବର୍ଷ ପରେ ଏସିଅାନ ମହିଳା ଟାଇଟଲ ହାସଲ କରିଥିବା ଭରତୀୟ ଦଳର ସେ ଥିଲେ ସଦସ୍ୟ । ଏହି ପୁରସ୍କାର ସମାରୋହରେ  ଭାରତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ମଧ୍ୟ ସାଇଟେସନ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଉଭୟଙ୍କୁ ମାନପତ୍ରର ସହ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଇମ୍ପା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

By amfnews

Related Post