Fri. Jul 3rd, 2026

ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ସ୍ୱାମୀ ନିର୍ମାଣ କଲେ ମନ୍ଦିର

442 Views

ଜୟପୁର: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାରେ ବସବାସ କରୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ଜିତେନ୍ଦ୍ର କୌଶିକଙ୍କ(୫୪) ସ୍ତ୍ରୀ ସୁନିତା କୌଶିକ ବୋଲି ଜଣାପଡ଼ିଛି।

ସ୍ତ୍ରୀର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ଜିତେନ୍ଦ୍ର ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ମନ୍ଦିର ତିଆରି କରିବା ପାଇଁ ଚିନ୍ତା କରିଥିଲେ। ଆଉ ଏଥିପାଇଁ ସ୍ଥାନୀୟ ହୋଟେଲ ମାଲିକ ନିଜର ଜମି ଦାନ କରି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଏହାପରେ ସେଠାରେ ସେ ଏକ ମନ୍ଦିର ନିର୍ମାଣ କରିଥିଲେ। ରବିବାର ସ୍ଥାନୀୟ ପୋଲିସ ଓ ପରିବାରର ଉପସ୍ଥିତିରେ ଜିତେନ୍ଦ୍ର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଜିନ୍ଦରୁ ସାଲାସର ବାଲାଜୀ ମନ୍ଦିର ଦର୍ଶନ ପାଇଁ ୨ଟି କାରରେ ଯାଇଥିଲେ। ଗୋଟିଏ କାରରେ ଜିତେନ୍ଦ୍ର,ବଡ଼ ପୁଅ ବୋହୂ ଓ ନାତି ଥିବା ବେଳେ ଅନ୍ୟଟିରେ ତାଙ୍କ ସ୍ତ୍ରୀ, ସାନ ପୁଅ ଓ ବୋହୂ ଥିଲେ। ଫତେହପୁର ନିକଟରେ ଏକ କ୍ୟାଣ୍ଟର ଜିତେନ୍ଦ୍ରଙ୍କ ସ୍ତ୍ରୀ ଥିବା କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ଜିତେନ୍ଦ୍ର ସ୍ତ୍ରୀକୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।

By amfnews

Related Post