Sat. Jul 25th, 2026

ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଆବର୍ଜନା କୁଣ୍ଡରୁ ନବଜାତ କନ୍ୟା ଉଦ୍ଧାର

243 Views

ଯାଜପୁର  : ବୁଧବାର ସକାଳେ ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଥିବା ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥିତ ଆବର୍ଜନା କୁଣ୍ଡରୁ ଗୋଟାଏ ନବଜାତ କନ୍ୟା ଉଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସୁଇପର୍‌ ସକାଳେ ସେଠାରେ ଆବର୍ଜନା ସଫେଇ କରୁଥିବା ବେଳେ ଅଳିଆ କୁଣ୍ଡରେ ପିଲାଟି ପଡ଼ିଥିବା ଦେଖି ତୁରନ୍ତ ଡାକ୍ତରଙ୍କୁ ଜଣାଇଥିଲେ। ସ୍ଥାନୀୟ ଡାକ୍ତର ସଙ୍କଟାପନ୍ନ ଅବସ୍ଥାରେ ଥିବା କଅଁଳା ପିଲାଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ ୧୦୨ ଆମ୍ବୁଲାନ୍‌ସ୍‌ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଶିଶୁ ମଙ୍ଗଳ ଅଧିକାରୀର ଅନ୍ୟତମ ସଦସ୍ୟ ସୁବାସ ଚନ୍ଦ୍ର ଦେବତା ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥା କଥା ବୁଝି ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ କଟକ ଶିଶୁଭବନକୁ ପଠାଇଛନ୍ତି।

By amfnews

Related Post