Sat. Oct 3rd, 2026

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ନିହତ

284 Views

କୋକସରା : ରବିବାର ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁରିଗୁମା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ସ୍ତ୍ରୀ ବେଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଅଗସ୍ତି ମାଝୀ କପୁରମାଳ ନିକଟରେ ଥିବା ଗୋଟାଏ ଗଛରେ ଚଢ଼ି ଯାଇଥିଲା।
ଖବର ପାଇ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବେଳଙ୍କ ଶବ ଜବତ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆତତାୟୀ ସ୍ୱାମୀଙ୍କୁ ଧରିବାକୁ ପୁଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି।

By amfnews

Related Post