Sat. Jun 20th, 2026

ସ୍ୱାଧୀନତା ଦିବସରେ କିଏ ଓ କେଉଁଠାରେ କରିବେ ପତାକା ଉତ୍ତୋଳନ ଜାଣନ୍ତୁ

235 Views

ଭୁବନେଶ୍ୱର  : ସ୍ୱାଧୀନତା ଦିବସକୁ ଆଉ ଛଅ ଦିନ ରହିଲା। ତେବେ ସ୍ୱାଧୀନତା ଦିବସ ଅବସରରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବ ତାହାର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ, କଟକରେ ସ୍ୱାଧୀନତା ଦିବସରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳରେ ବିକ୍ରମ ଆରୁଖ, ପୁରୀରେ ପ୍ରଫୁଲ୍ଲ ମଲ୍ଲିକ,କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ପ୍ରତାପ ଜେନା, ଢ଼େଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାରଣ୍ଡି, କନ୍ଧମାଳରେ ସୁଶାନ୍ତ ସିଂ ପତାକା ଉତ୍ତୋଳନ କରିବେ।

ତେବେ ବଲାଙ୍ଗିରରେ ନବକିଶୋର ଦାସ୍‌, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ଦାଶ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ, ଗଜପତିରେ ତୁଷାରକାନ୍ତି ବେହେରା, ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ ପତାକା ଉତ୍ତୋଜନ କରିବେ।

By amfnews

Related Post