Fri. May 22nd, 2026

ସ୍ୱରେଜ ପ୍ଲାଣ୍ଟ ନିର୍ମାଣକୁ ନେଇ ଉତ୍ତେଜନା ଜିଲ୍ଲା ପ୍ରଶାସନ ଆରଏସପି ପ୍ରଶାସନକୁ ବିସ୍ଥାପିତ ସଂଘର ବିରୋଧ

567 Views

ରାଉରକେଲା, ୧୪ା୧୨  : ଝିରିପାଣି ଥାନା ଅଞ୍ଚଳରେ ଥିବା କୋଏଲ ନଦୀ କୁଳରେ ଥିବା ପ୍ରାୟ ୪.୩୨ ଏକର ଖାଲି ଜାଗାକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଜାଗାରେ ଜଗଦଏ ଝିରିପାଣି ଓ କୋଏଲ ନଗରରେ ରହୁଥିବା ବାସିନ୍ଦାମାନଙ୍କ ପାଇଁ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ଆରଏସପି କର୍ତ୍ତୃପକ୍ଷ ମିଳିତ ଭାବେ ଆସି ଉକ୍ତ ଜାଗାକୁ ମାପ ଚୁପ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ତେବେ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ୩୨ ମୌଜା ବିସ୍ଥାପିତ ସଂଘର ନେତା ପ୍ରଭାକିରଣ ଓରାମଙ୍କ ନେତୃତ୍ୱରେ ଶତାଧିକ ବିସ୍ଥାପିତ ସଦସ୍ୟମାନେ ଆଜି ଘଟଣାସ୍ଥଳରେ ପହଞ୍ôଚ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିବା ସହିତ କାମ କରୁଥିବା ଜେସିବି ଗାଡିକୁ ଫେରାଇ ନେଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ତହସିଲଦାର ଶ୍ରୀ ରଥ ଏବଂ ଡିଏସପି ଶ୍ରୀ ଭୁକ୍ତା ଲୋକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।

ବିରୋଧ କରୁଥିବା ଲୋକଙ୍କ କହିବାନୁସାରେ ବିସ୍ଥାପିତ ଲୋକମାନଙ୍କୁ ଆବଶ୍ୟକ ଥଇଥାନ ଆଜିପର୍ଯ୍ୟନ୍ତ ହୋଇନଥିବା ବେଳେ ଏନେଇ ଏକାଧିକ ମାମଲା ବିଭିନ୍ନ ନ୍ୟାୟାଳୟରେ ବିଚାରଧୀନ ଥିବାବେଳେ ଆରଏସପି ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଜମି ନେବା ଦେବା ସଂପୂର୍ଣ୍ଣ ବେଆଇନ ଆଜିର ଏହି ବିକ୍ଷୋଭରେ ବିସ୍ଥାପିତ ସଂଘର ରବି ଓରାମ, ଦିଲ୍ଲୀପ କୁମାର ସିଂଙ୍କ ସମେତ ଆଖପାଖରେ ଥିବା ବସ୍ତିର ବହୁ ପୁରୁଷ ଓ ମହିଳାମାନେ ମଧ୍ୟ ସାମିଲ ଥିଲେ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜମି ହସ୍ତାନ୍ତର କାର୍ଯ୍ୟ ବନ୍ଦ ଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି ।

By amfnews

Related Post