Sat. Apr 25th, 2026

ସ୍ୱପ୍ନ ପୂରଣ କରିବାକୁ ଚାହୁଁଥିଲେ ଭାରତ ଆସନ୍ତୁ: ମୋଦି

180 Views

ନ୍ୟୁୟର୍କ  : ଭାରତରେ ପୁଞ୍ଜି ନିବେଶ କରିବାକୁ ବିଶ୍ୱର ପ୍ରମୁଖ ଉଦ୍ୟୋଗପତିଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମବର୍ଗ ଗ୍ଲୋବାଲ ବିଜ୍‌ନେସ୍ ଫୋରମ୍‌ରେ ସେ ଏହି ଆହ୍ୱାନ ଦେଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି,“ଭାରତରେ ଏବେ ପୁଞ୍ଜି ବିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମ ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ ଏବଂ ଆମ ଦକ୍ଷତାର ସମନ୍ୱୟରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହୋଇପାରିବ।”

ସେ ଆହୁରି କହିଛନ୍ତି,“ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ।  କିଛି ଅସୁବିଧା ହେଲେ, ମୁଁ ନିଜେ ତା’ର ସମାଧାନ କରିବି।” ଏହି ଅବସରରେ ପୁଞ୍ଜି ବିନିଯୋଗକାରୀଙ୍କ ସୁବିଧା ପାଇଁ କର୍ପୋରେଟ ଟ୍ୟାକ୍ସ କମ୍ କରିବା, କେତେକ ଅଦରକାରୀ ନିୟମକୁ ଉଚ୍ଛେଦ କରିବା ପରି ଭାରତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ। ଏହା ସହିତ ସେ ନ୍ୟୁୟର୍କସ୍ଥିତ ବିଭିନ୍ନ କମ୍ପାନିର ସିଇଓଙ୍କୁ ଭେଟିଛନ୍ତି।

By amfnews

Related Post