Tue. Aug 18th, 2026

‘ସ୍ୱତନ୍ତ୍ର ସମ୍ପର୍କ’ ହରାଇ ପାରନ୍ତି କିମ୍‌ ଜୋଙ୍ଗ୍‌-ଉନ୍‌: ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଚେତାବନୀ

255 Views

ଓ୍ଵାସିଂଟନ୍‌: ଉତ୍ତର କୋରିଆ ‘ଗୁରୁତ୍ୱପୂର୍ଣ୍ଣ’ ପରୀକ୍ଷା କରିଥିବା ଖବର ପ୍ରଘଟ ହେବା ପରେ ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଚେତାଇ ଦେଇଛନ୍ତି ଯେ କିମ୍‌ ଜୋଙ୍ଗ୍‌-ଉନ୍‌ ‘ସ୍ୱତନ୍ତ୍ର ସମ୍ପର୍କ’ ହରାଇ ପାରନ୍ତି।

ଦୁଇଟି ଟୁଇଟ୍‌ରେ ଟ୍ରମ୍ପ୍‌ ଲେଖିଛନ୍ତି: କିମ୍‌ ଜୋଙ୍ଗ୍‌-ଉନ୍‌ ଅତି ଚତୁର। ଯଦି ସେ ଏମିତି ଶତ୍ରୁତାସମ୍ପନ୍ନ କାମ କରି ଚାଲନ୍ତି, ବାସ୍ତବରେ ସେ ବହୁତ କିଛି ହରାଇବେ।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ସେ ନିଜର ସ୍ୱତନ୍ତ୍ର ସମ୍ପର୍କ ହରାଇବାକୁ ଚାହୁଁ ନାହାନ୍ତି… ଏହା ଗୋଟାଏ ପ୍ରମୁଖ ସାଟେଲାଇଟ୍‌ ଉତ୍‌କ୍ଷେପଣ ଷ୍ଟେସନ ହୋଇଥିବାରୁ ତାଙ୍କର ସରକାରୀ ଗଣମାଧ୍ୟମ କହୁଛି କି, ଉତ୍ତର କୋରିଆ ଗୋଟାଏ ‘ଅତି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା’ କରିଛି।

ଯୁକ୍ତରାଷ୍ଟ୍ର ଆମେରିକା ସହ ଉତ୍ତର କୋରିଆର ଆଣବିକ ଅସ୍ତ୍ରନିରୋଧି ଆଲୋଚନା ପ୍ରତ୍ୟାହାର କରି ନିଆଯାଇଛି ବୋଲି କହିବାର ଦିନକ ପରେ ଅର୍ଥାତ୍‌ ରବିବାର ଦିନ ‘ଅତି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା’ କରାଯାଇଛି।

ଗତ ଫେବ୍ରୁଆରି ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆର ନେତା କିମ୍‌ଙ୍କ ହାନୋଇ ଶିଖର ବୈଠକ ବିଫଳ ହେବାରୁ ଉଭୟ ଦେଶ ମଧ୍ୟରେ ଆଣବିକ ରାଜିନାମା ଅଚଳ ଅବସ୍ଥାରେ ରହିଛି।

By amfnews

Related Post