Mon. Oct 5th, 2026

ସ୍ବନାମଧନ୍ୟ ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ପଡୱାଲଙ୍କ ଦେହାନ୍ତ

489 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ : ବଲିଉଡର ସ୍ବନାମଧନ୍ୟ ଗାୟିକା ଅନୁରାଧା ପାଉଡୱାଲଙ୍କ ପୁଅ ଆଦିତ୍ୟ ପାଉଡୱାଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ମାତ୍ର 35 ବର୍ଷ ବୟସ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। କିଡନୀ ସମସ୍ୟା କାରଣରୁ ଆଦିତ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି କିଡନୀ ରୋଗରେ ପୀଡିତ ଥିଲେ।

ଆଦିତ୍ୟଙ୍କ ବିୟୋଗରେ ପାଉଡୱାଲ ପରିବାର ଉପରେ ଦୁଃଖରେ ମ୍ରିୟମାଣ ହୋଇଯାଇଛି। ଆଦିତ୍ୟ ମଧ୍ୟ ତାଙ୍କ ମାଙ୍କ ପରି ଭଜନ ଏବଂ ଭକ୍ତି ଗୀତ ଗାଉଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ରଚନା ମଧ୍ୟ କରିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବଳ ଭକ୍ତି ଗୀତ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ସେ ଜଣେ ଭଲ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ। ଦେଶର ସବୁଠାରୁ କନିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବର୍ଗରେ ତାଙ୍କ ନାମ ‘ଲିମକା ବୁକ୍ ଅଫ୍ ରେକର୍ଡସ୍’ ପାଇଛନ୍ତି ।

By amfnews

Related Post