Thu. May 14th, 2026

ସ୍ପାଇସ୍‌ ଜେଟ୍‌ ବିମାନ ଜୟପୁରରେ କଲା ଜରୁରୀ ଅବତରଣ

257 Views

ନୂଆଦିଲ୍ଲୀ: ଗୋଟାଏ ଟାୟାର୍‌ ଫାଟି ଯିବାରୁ ବୁଧବାର ସକାଳେ ଦୁବାଇରୁ ଆସିଥିବା ଗୋଟାଏ ସ୍ପାଇସ୍‌ ଜେଟ୍‌ ବିମାନ ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ଜରୁରୀ ଅବତରଣ କରିଛି।

ଏହି ଏସ୍‌ଜି-୫୮ ବିମାନରେ ୧୮୯ ଜଣ ଯାତ୍ରୀ ଥିଲେ। ସକାଳ ୯ଟା ବେଳେ ଜୟପୁରସ୍ଥିତ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହାର ଟାୟାର୍‌ ଫାଟି ଯାଇଥିଲା। ତୁରନ୍ତ ସମସ୍ତ ପ୍ରକାର ଜରୁରୀ ବ୍ୟବସ୍ଥା ସକ୍ରିୟ କରାଯାଇଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ’ମାନଙ୍କୁ ନିରାପଦରେ ବିମାନ ମଧ୍ୟରୁ ବାହାରକୁ ଅଣାଯାଇଥିଲା। କେହି ଆହତ ହୋଇ ନାହାନ୍ତି। ଟାୟାର୍‌ ଫାଟିବାର କାରଣ ଜାଣିବା ନିମନ୍ତେ ଅନୁସନ୍ଧାନ କରାଯାଇଥିଲା।

ସ୍ପାଇସ୍‌ଜେଟ୍‌ର ମୁଖପାତ୍ର କହିଛନ୍ତି: ଜୟପୁରରେ ବିମାନ ଅବତରଣ କରୁଥିବା ସମୟରେ, ଦୁବାଇରେ ଟାୟାର୍‌ ଫାଟିଯାଇଥିବା ଅନୁମାନ କରି ଜୟପୁର ଏଟିସି ପାଇଲଟ୍‌ମାନଙ୍କୁ ସୂଚନା ଦେଇଥିଲେ। କ୍ରୁ’ମାନେ ସେମାନଙ୍କର ପଦ୍ଧତି ଅନୁସରଣ କରି ନିରାପଦରେ ଜୟପୁରରେ ଅବତରଣ କରିଥିଲେ।

ଦ୍ରୁତ ବେଗରେ ଥିବା ବିମାନର ପୂରା ଭାର ଟାୟାର ଉପରେ ଥିବାରୁ ଉଡ଼ାଣ କିଂବା ଅବତରଣ ସମୟରେ ଏହା ଫାଟିବା ବିପଜ୍ଜନକ ହୋଇଥାଏ।

By amfnews

Related Post