Mon. Aug 17th, 2026

ସ୍ତ୍ରୀର ପ୍ରେମିକକୁ ହାଣିଦେଲା ସ୍ୱାମୀ

262 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆନାଳି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ପ୍ରେମିକକୁ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ଅଭିଯୁକ୍ତ ବିଶ୍ୱମ୍ବର ବେହେରା ଥାନାରେ ଆତ୍ମସମର୍ପଣ କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ହେଲେ ତାଙ୍କ ଘର ରାଇବଣିଆ ଥାନା ମାଙ୍କିଡ଼ିଆ ଅଞ୍ଚଳରେ ବୋଲି ଜଣାଯାଇଛି।

ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବିଶ୍ୱମ୍ବର ସ୍ତ୍ରୀର ପ୍ରେମିକଙ୍କୁ ନିଜ ଘରେ ଶୋଇଥିବାର ଦେଖିଥିଲା। ଏନେଇ ସେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା। ବ୍ୟକ୍ତିଜଣଙ୍କ ଶୋଇଥିବା ବେଳେ ବିଶ୍ୱମ୍ବର ଏକ କୁରାଢ଼ି ଆଣି ତାଙ୍କୁ ହାଣି ଦେଇଥିଲା। ଏହାପରେ ସେ ଥାନାରେ ଆସି ଆତ୍ମସମର୍ପଣ କରିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

By amfnews

Related Post