Sat. Apr 25th, 2026

ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୪୦ ପିଲା

249 Views

ଆନନ୍ଦପୁର  : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ସ୍କୁଲ ବସ୍‌କୁ ଧକ୍କା ଦେଇଛି ଲୁହା ପଥର ବୋଝେଇ ଟ୍ରକ୍‌। ଗୋହିରା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବସତଃ ବସରେ ଥିବା 40 ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାହାରି କିଛି କ୍ଷତି ଘଟିନାହିଁ। ଘଷିପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୁଲିସ ଟ୍ରକ୍‌ ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post