Fri. Apr 24th, 2026

ସ୍କୁଲ ପରିସରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରିଲେ ଗ୍ରାମବାସୀ

284 Views

ନାମକ୍କଲ : ତାମିଲନାଡୁର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଓ ଅଙ୍ଗନବାଡିଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ଉତ୍ତେଜନା ସୃଷ୍ଟି କରିଛନ୍ତି। ପୁଦନସଂଦାଇ ପୁଲିସ ଘଟଣାର ଯାଞ୍ଚ କରୁଛି। ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୩୮ବର୍ଷ ଓ ତାଙ୍କ ନାମ ବି ସର୍ବନନ ବୋଲି ଜଣାପଡ଼ିଛି।

ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏସ୍‌ ଉଡ୍ଡୁପ୍ପମ ପଞ୍ଚାୟତର ସରକାରୀ ସ୍କୁଲରେ ଶିକ୍ଷକ ଥିବା ସର୍ବନନ ଜଣେ ଅଙ୍ଗନବାଡି କର୍ମୀଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ। ମଙ୍ଗଳବାର ସ୍କୁଲ ବନ୍ଦ ହେବା ପରେ ଦୁହେଁ ସ୍କୁଲରେ ହିଁ ଅଟକି ଯାଇଥିଲେ। ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ସ୍କୁଲରେ ପହଁଞ୍ଚିଥିଲେ । ଏବଂ ଶିକ୍ଷକ ଓ ଅଙ୍ଗବାଡିକର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖି ଉତ୍ତେଜନା ସୃଷ୍ଟି କରିଥିଲେ। ଶିକ୍ଷକଙ୍କୁ ସେଠାରୁ ଧରି ନିସ୍ତୁକମାଡ ମାରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସର୍ବନନକୁ ଉଦ୍ଧାର କରି ବିଚାରବିଭାଗୀୟ ହେପାଜତକୁ ନେଇଛି।

By amfnews

Related Post