Mon. Sep 28th, 2026

ସ୍କୁଲ୍‌ ବସ୍‌ ଓଲଟି ୨୦ ପିଲା ଆହତ

264 Views

ଗୁଣ୍ଟୁର, ଜାନୁଆରୀ୨୮ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୫୦ ଜଣ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଗୋଟିଏ ସ୍କୁଲ୍‌ ବସ୍‌ ସୋମବାର ସକାଳେ ଓଲଟି ପଡ଼ିବାରୁ ଅନ୍ୟୂନ ୨୦ ଜଣ ପିଲା ଆହତ ହୋଇଛନ୍ତି।

ଦୁର୍ଘଟନାର ପ୍ରଭାବରେ ୧୫ ଜଣ ପିଲା ସାମାନ୍ୟ ଓ ଅନ୍ୟ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସା କରାଇବାକୁ ସେଠାରେ ସେ ସମୟରେ ଡାକ୍ତର ନ ଥିଲେ। ତା’ଛଡ଼ା ସୁଇପର୍‌ମାନେ ଆହତ ପିଲାଙ୍କୁ ପଟି ବାନ୍ଧୁ ଥିବାର ମଧ୍ୟ ଦେଖାଯାଇଥିଲା। ସମ୍ପୃକ୍ତ ବସ୍‌ ଚାଳକକୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିବା କଥା ପୁଲିସ କହିଛି।

କେଉଁ କାରଣ ଯୋଗୁଁ ଦୁର୍ଘଟନା ଘଟିଲା, ତାହା ଜଣାପଡ଼ି ନାହିଁ। ସ୍ଥାନୀୟ ଲୋକେ ଘଟନାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ।

By amfnews

Related Post