Wed. Sep 2nd, 2026

ସୋସିଆଲ ମିଡିଆରେ ଅଶାଳୀନ ବାର୍ତ୍ତା ସହ ଦୁଷ୍କର୍ମ ଓ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା; ଚାକିରି ହରାଇଲେ ଟିସିଏସ୍‌ କର୍ମଚାରୀ

422 Views

କୋଲକାତା: ଦୁଇଜଣ ମହିଳାଙ୍କୁ ସୋସିଆଲ ମିଡିଆ ଜରିଆରେ ଦୁଷ୍କର୍ମ ଓ ହତ୍ୟା ଧମକ ଦେବା ଘଟଣା ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ର ଜନୈକ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧରେ ସଂପୃକ୍ତ ଅଭିଯୁକ୍ତ କର୍ମଚାରୀଙ୍କୁ ଟିସିଏସ୍‌ କମ୍ପାନି ଚାକିରିରୁ ବହିଷ୍କୃତ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଟିସିଏସ୍‌ର କୋଲକାତାସ୍ଥିତ କାର୍ଯାଳୟରେ କାର୍ଯ୍ୟ କରୁଥିବା ରାହୁଲ ସିଂହ ନାମକ ଜନୈକ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଦୁଇଜଣ ମହିଳାଙ୍କ ନିକଟକୁ ଅତ୍ୟନ୍ତ ଅଶାଳୀନ ବାର୍ତ୍ତା ପଠାଇବା ସହ ସେମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମଧ୍ୟ ଦେଇଥିଲେ। ତେବେ, ଏହି ବର୍ତ୍ତା ପାଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଏହି ବାର୍ତ୍ତାର ସ୍କ୍ରିନ୍‌ ସଟ୍‌ ନେଇ ଏହାକୁ ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଏହା ଭାଇରାଲ ହୋଇ ଯାଇଥିଲା। ପରେ, ଏହି ଘଟଣା ଟିସିଏସ୍‌ କମ୍ପାନିର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ସେମାନେ ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସେମାନଙ୍କ କମ୍ପାନିର କର୍ମଚାରୀ ରାହୁଲ ସିଂହ ସଂପୃକ୍ତ ଥିବା ଜାଣିବା ପରେ ଅବିଳମ୍ବେ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

ଉଲ୍ଲେଖଯୋଗ୍ୟ, ଟିସିଏସ୍‌ର ଅଭିଯୁକ୍ତ କର୍ମଚାରୀ ରାହୁଲ ସିଂହ ମହିଳା ଦୁଇଜଣଙ୍କ ନିକଟକୁ ଫେସ୍‌ବୁକରେ ଅତ୍ୟନ୍ତ ଅଶାଳୀନ ବାର୍ତ୍ତା ପଠାଇବା ସହ ସେମାନଙ୍କ ପତି ଓ ପୁତ୍ରକୁ ହତ୍ୟା କରି ସାରିବା ପରେ  ସେମାନଙ୍କୁ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲକାତାର ବାସିନ୍ଦା ଥିବା ବେଳେ ଅନ୍ୟ ଜଣକ ଥିଲେ ଆସାମର ବାସିନ୍ଦା

By amfnews

Related Post