Sat. Jun 13th, 2026

ସୋପୋର୍‌ରେ ଶୀର୍ଷସ୍ତରୀୟ ଲଶ୍କର୍‌ ଆତଙ୍କବାଦୀକୁ ହତ୍ୟା କଲେ ନିରାପତ୍ତା ବଳ

474 Views

ଶ୍ରୀନଗର  : ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ସମୟରେ ଲଶ୍କର୍‌-ଏ-ତୈବାର ସଙ୍ଗଠନର ଜଣେ ଶୀର୍ଷସ୍ତରୀୟ ଆତଙ୍କବାଦୀ ନିହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ନିହତ ଆତଙ୍କବାଦୀର ନାମ ଆସିଫ୍‌। ନିକଟରେ ସୋପୋର୍‌ର ଘଟିଥିବା ଗୁଳିକାଣ୍ଡ ଏବଂ ସେଥିରେ ଜଣେ ଫଳ ବ୍ୟବସାୟୀଙ୍କ ପରିବାରର ତିନି ଜଣ ସଦସ୍ୟ ଆହତ ହେବା ଘଟଣାରେ ଆସିଫ୍‌ ଦାୟୀ। ଆହତମାନଙ୍କ ମଧ୍ୟରେ ଥିଲେ ଆସ୍‌ମାନ୍‌ ଜାନ୍‌ ନାମକ ଏକ ସାନଝିଅ। ସୋପୋର ଠାରେ ଦାଦନ ଶ୍ରମିକ ଶାଫି ଆଲମ୍‌ ଉପରକୁ ଗୁଳି ଚଳାଇଯାଇଥିବା ମାମଲା ନିମନ୍ତେ ମଧ୍ୟ ସେ ଦାୟୀ।

ଲଶ୍କର୍‌-ଏ-ତୈବା ପକ୍ଷରୁ ପୋଷ୍ଟର୍‌ ପ୍ରକାଶ ଓ ପ୍ରସାର କରି ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ କରିବାରେ ସମ୍ପୃକ୍ତ ଆଠଜଣ ଆତଙ୍କବାଦ ସହଯୋଗୀଙ୍କୁ ସୋମବାର ଦିନ ଗିରଫ କରାଯିବା ପରେ ଏ ଭଳି ଘଟଣା ଘଟିଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଐଜାଜ୍‌ ମିର୍‌, ଓମାର ମିର୍‌, ତଓ୍ଵସୀଫ୍‌ ନଜାର, ଇମ୍‌ତିୟାଜ୍‌ ନାଜର୍‌, ଓମାର ଆକବର, ଫେଜାନ୍‌ ଲତିଏଫ୍‌, ଦାନିସ୍‌ ହବିବ୍‌ ଓ ସୋଓ୍ଵାକତ୍‌ ଅହମଦ ମିର। ସମ୍ପୃକ୍ତ ଅଞ୍ଚଳରେ ନିକଟରେ ହୋଇଥିବା ସାଧାରଣ ନାଗରିକଙ୍କ ହତ୍ୟା ଘଟଣାରେ ଆତଙ୍କବାଦୀ ସମ୍ପୃକ୍ତି ଘଟଣାର ପୁଲିସ ତଦନ୍ତ କରୁଛି।

By amfnews

Related Post