Tue. Sep 29th, 2026

ସେବା କର ଦେଇ ନଥିବା ହେତୁ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଦୁଇଟି ବ୍ୟାଙ୍କ ଖାତାକୁ ଆଟାଚ୍‌ କରାଗଲା

304 Views

ହାଇଦ୍ରାବାଦ, ଡିସେମ୍ବର ୨୮ :ତେଲୁଗୁ ସିନେମା ଜଗତର ସୁପରଷ୍ଟାର ମହେଶ ବାବୁ ଏବେ ହରଡଘଣାରେ ପଡିଛନ୍ତି। ହାଇଦ୍ରାବାଦ୍‌ ଜି ଏସ୍‌ ଟି କମିଶନରେଟ୍‌ ମହେଶ ବାବୁଙ୍କ ନାଆଁରେ ଥିବା ଦୁଇଟି ବ୍ୟାଙ୍କ୍‌ ଖାତାକୁ ଆଟାଚ୍‌ କରି ଦେଇଛନ୍ତି। କୁହାଯାଉଛି ଯେ ୨୦୦୭-୦୮ ଆର୍ଥିକ ବର୍ଷରେ ମହେଶ ବାବୁ ସେବା କର ଦେଇ ନାହାଁନ୍ତି। ଏହି କାରଣରୁ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ହାଇଦ୍ରାବାଦ୍‌ କମିଶନରେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ ମହେଶ ବାବୁଙ୍କ ଉପରେ ମୋଟ୍‌ ୧୮ ଲକ୍ଷ ୫୦ ହଜାର ଟଙ୍କାର କର ବକେୟା ଥିଲା। ସେ ବ୍ରାଣ୍ଡ ଆମ୍ବାସାଡର୍‌, ଉତ୍ପାଦର ପ୍ରମୋସନ୍‌ ଓ ବିଜ୍ଞାପନ ଆଦି ବାବଦରେ କୌଣସି କର ଦେଇ ନଥିଲେ। ଏହି କାରଣ ତାଙ୍କ ଉପରେ ଥିବା ବକେୟା ଟିକସ ଓ ତା’ର ସୁଧ ଓ ଆର୍ଥିକ ଦଣ୍ଡ ଆଦିକୁ ମିଶାଇ ମୋଟ୍‌ ୭୩ ଲକ୍ଷ୫୦ ହଜାର ଟଙ୍କା ଆଦାୟ କରାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ମହେଶ ବାବୁଙ୍କର ଆକ୍‌ସିସ୍‌ ବ୍ୟାଙ୍କ୍‌ ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ୍‌ ଖାତାରୁ ଏହି ଟଙ୍କା ନିଆଯାଇଥିବା ଜଣାଯାଇଛି।

By amfnews

Related Post