Tue. Aug 4th, 2026

ସେବାଦଳ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ବୃକ୍ଷରୋପଣ

314 Views

ରାଉରକେଲା, ୨୧ା୮ : ସେବାଦଳର ଉପାଖ୍ୟାନ ସେବା ଦଳକା ଯୋଦ୍ଧା, ଲଗାୟେଗା ପୌଧା କାର୍ଯ୍ୟକ୍ରମ ଜରିଆରେ ସେବାଦଳ ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତଙ୍କ ତତ୍ୱାବଧାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୭୪ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ କଂଗ୍ରେସ ନେତୃବୃନ୍ଦମାନେ ୫୦ ଗୋଟି ବୃକ୍ଷ ବାଲୁଘାଟ ସର୍ଦ୍ଦାର ବସ୍ତିରେ ରୋପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ଦେବବ୍ରତ ବିହାରୀ, ଏଆଇସିସି ସଭ୍ୟ ରାଜ କୁମାର ଯାଦବ, ମହିଳା ସଭାନେତ୍ର ପ୍ରଭାତୀ ମିଶ୍ର, ଓବିସି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ, ମହିଳା କଂଗ୍ରେସ ବ୍ଲକ୍ ସଭାପତି ଲକ୍ଷ୍ମୀପ୍ରିୟା ରାଉତ, ବ୍ଲକ୍ ସଭାପତି ସରୋଜ ଜେନା, ସୁବଳ ବାସୁରୀ, ସୁଧୀର ନାଥ, ଗରିଜା ମିଶ୍ର, ରତିକାନ୍ତ ମଲ୍ଲିକ, ରାଜ ମୋଦକ, ଜି. ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

By amfnews

Related Post