Sun. Jul 5th, 2026

ସେକ୍ସ ରାକେଟରେ ଫସିଥିବା ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ୍: ବିଧାୟକଙ୍କ ପାଖକୁ ପଠାଯାଉଥିଲା

212 Views

ପାଟନା: ବିହାରର ଆରାରେ ଦେହ ବ୍ୟବସାୟରେ ଜବରଦସ୍ତି ଜଡ଼ିତ କରାଯାଇଥିବା ଜଣେ ପୀଡ଼ିତ ନାବାଳିକା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହା ଫଳରେ ଧଳା ପୋଷାକ ପିନ୍ଧିଥିବା ଜଣେ ନେତାଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି। ନ୍ୟାୟାଳୟରେ ପୀଡ଼ିତାଜଣକ ନିଜର ବୟାନରେ ଜଣେ ବିଧାୟକଙ୍କ କଥା କହିଥିଲେ।

ନାବାଳିକା ଜଣକ କହିଥିଲେ ଯେ ତାଙ୍କୁ ଜଣେ ବିଧାୟକଙ୍କ ପାଖକୁ ପଠାଯାଉଥିଲା। ତେବେ ସେ ଏହି ବିଧାୟକଙ୍କ ନାଆଁ ଅବଶ୍ୟ ନ୍ୟାୟାଳୟରେ କହି ନଥିଲେ। ଦୁଇ ଦିନ ତଳେ ଆରାର ଜଣେ ନାବାଳିକାଙ୍କ ଜରିଆରେ ଭୋଜପୁର ପୁଲାର ପାଟନାରେ ଚାଲୁଥିବା ଏକ ବଡ଼ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଥିଲେ। ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସଞ୍ଜୟ ପାସଓ୍ଵାନ୍‌ ଏବେ ବି ଫେରାର୍‌ ଅଛି।

ନାବାଳିକା ଜଣକ ନ୍ୟାୟାଳୟରେ କହିଛନ୍ତି ଯେ ଆରାର ଜଣେ ଇଂଜିନିୟରଙ୍କ ଘରକୁ ଓ ହୋଟେଲ୍‌କୁ ତାଙ୍କୁ ପଠା ଯାଉଥିଲା।ଏବେ ପୁଲିସ ସେହି ଅଭିଯୁକ୍ତ ବିଧାୟକଙ୍କ ପରିଚୟ ଜାଣିବା ଲାଗି ଓ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ଲାଗି ପ୍ରୟାସ ଚଳାଇଛି।

By amfnews

Related Post