Mon. Aug 17th, 2026

‘ସୂର୍ଯ୍ୟବଂଶୀ’ ପରେ ‘ଗୋଲମାଲ୫’ ନିର୍ମାଣ କରିବେ ରୋହିତ ସେଟ୍ଟି

362 Views

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟି ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମର କାମରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ କେଉଁ ସିନେମାର ସୁଟିଂ କରିବେ ତାକୁନେଇ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ରୋହିତ ସେଟ୍ଟି ‘ସୂର୍ଯ୍ୟବଂଶୀ’ପରେ ପୁଣି ଗୋଲମାଲ ସିରିଜ୍ ର ପରବର୍ତ୍ତୀ ଫିଲ୍ମର କାମ ଆରମ୍ଭ କରିବେ। ଏହାର ଟାଇଟଲ ରହିବ ‘ଗୋଲମାଲ୫’।

ଇତିମଧ୍ୟରେ ଏକାର କାହାଣୀ ପ୍ରସ୍ତୁତ ହୋଇସାରିଛି। ଏବେ ଚିତ୍ରନାଟ୍ୟ ଲେଖା କାମ ଚାଲିଛି। ସବୁଠାରୁ ବଡ଼ କଥା ହେଲା ଯେ ଏହି ସିନେମାର ସୁଟିଂ ଆଗାମୀ ବର୍ଷ ଆରମ୍ଭରେ କରାଯିବ।ଏଥିରେ ସେ ପୁଣି ଅଜୟ ଦେବଗନ୍, ତବୁ, ଶ୍ରେୟସ୍ ତଲପେଡ୍, ଅରସାଦ୍ ଓ୍ଵାରସୀ, କୁନାଏ ଖେମୁ, ତୁଷାର କପୁର ଓ ସଂଜୟ ମିଶ୍ରା ପ୍ରମୁଖଙ୍କୁ ନେବେ ବୋଲି ଜଣାଯାଇଛି। କିନ୍ତୁ ଏଥିରେ କାହାକୁ ନାୟିକା ଭୂମିକାରେ ନିଆଯିବ ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ରୋହିତ ସେଟ୍ଟିଙ୍କ କମେଡି ଫିଲ୍ମ ‘ଗୋଲମାଲ୍ ଏଗେନ୍’ ୨୦୧୭ର ସବୁଠୁଁ ବଡ ବ୍ଲକବଷ୍ଟର ସିନେମାର ମାନ୍ୟତା ପାଇଥିଲା ଖାଲି ସେତିକି ନୁହେଁ, ଏହା ୭ଟି ନୂଆ ରେକର୍ଡ ମଧ୍ୟ କରିଥିଲା।

By amfnews

Related Post