Fri. Jul 3rd, 2026

ସୁରଟରେ ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

287 Views

ସୁରଟ, ଜାନୁଆରୀ ୧୯ : ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଟ୍ରକଟି ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ମାଡ଼ି ଯାଇଥିଲା।ସେଠାରେ ଶୋଇଥିବା ୧୮ରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇ ଥିଲା। ଫଳରେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

୮ ଜଣ ଗୁରୁତର ହେବା ପରେ ସେମାନଙ୍କୁ ସ୍ଥାନୀୟ ସ୍ମିମେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରି ସେମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଯାହାଫଳରେ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବା । ଏହାବ୍ୟତୀତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

By amfnews

Related Post