Wed. Oct 14th, 2026

ସୁପ୍ରିମକୋର୍ଟ ବିଚାରପତି ଭାବରେ ୨ଜଣ ଜଷ୍ଟିସଙ୍କ ନାଁ କଲେଜିୟମ୍‌ ଦ୍ୱାରା ସୁପାରିଶ

492 Views

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ ଭାବରେ କଲେଜିୟମ ଦ୍ୱାରା ଜଷ୍ଟିିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ସଂଜୀବ ଖନ୍ନାଙ୍କ ନାଁ ସୁପାରିଶ କରାଯାଇଛି। ଜଷ୍ଟିସ ଦିନେଶ ମାହେଶ୍ୱରୀ ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ରୂପେ କାର୍ଯ୍ୟରତ ଅଛନ୍ତି। ସେହିଭଳି ଜଷ୍ଟିସ ଖନ୍ନା ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବରେ କାର୍ଯ୍ୟରତ ଅଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗାଙ୍ଗୁଲୀ, ଜଷ୍ଟିସ ଏକେ ସିକ୍ରି, ଏସ୍‌ଏ ବୋବଡେ, ଏନ୍‌ଭି ରମଣ ଏବଂ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଚୟନ କମିଟିରେ ଜଷ୍ଟିସ ଦିନେଶ ଓ ଜଷ୍ଟିସ ସଂଜୀବ ଖନ୍ନାଙ୍କ ନାଁ ସୁପାରିଶ କରାଯାଇଥିଲା।

By amfnews

Related Post