Thu. Jul 2nd, 2026

ସୁପ୍ରିମକୋର୍ଟରେ ସିଏଏ; ଜବାବ ରଖିଲା କେନ୍ଦ୍ର

329 Views

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର। ସରକାର କୋର୍ଟଙ୍କୁ କହିଛନ୍ତି, ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି। ଏହା ସଂସଦର ସାର୍ବଭୌମ୍ୟ କ୍ଷମତା ବୋଲି କହିବା ସହ କୋର୍ଟ କହିଥିଲେ ଏ ପ୍ରସଙ୍ଗରେ କୋର୍ଟରେ ପ୍ରଶ୍ନ ଉଠାଯାଇ ପାରିବନି।

ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଏହି ଉତ୍ତର ରଖାଯାଇଛି। ଏହି ଉତ୍ତରରେ କୁହାଯାଇଛି, “ସିଏଏ ନାଗରିକମାନଙ୍କର ପୂର୍ବରୁ ରହିଥିବା କୌଣସି ଅଧିକାରକୁ ପ୍ରଭାବିତ କରିବନି। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି।” ଏଥିରେ କୁହାଯାଇଛି, ସିଏଏ ଆଇନତଃ ସିଦ୍ଧ ଏବଂ ସାମ୍ବିଧାନିକ।

ଗତବର୍ଷ ଡିସେମ୍ବରରେ ପାରିତ ହୋଇଥିବା ଏହି ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବ। ଏଥିପାଇଁ ୨୦୧୫ ପୂର୍ବରୁ ଭାରତରେ ପ୍ରବେଶ କରିଥିବା ନେଇ ସର୍ତ୍ତ ରହିଥିଲା। ତେବେ ଏହି ସବୁ ରାଷ୍ଟ୍ରରେ ଅଣ ମୁସଲିମ ହିଁ ସଂଖ୍ୟାଲଘୁ ହୋଇଥିବାରୁ ଏହାକୁ କିଛି ଲୋକ ବିରୋଧ କରିଥିଲେ। ସିଏଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଥିଲା। ସୁପ୍ରିମକୋର୍ଟ ବର୍ତ୍ତମାନ ଏସବୁର ଶୁଣାଣି ଆରମ୍ଭ କରିଛନ୍ତି।

By amfnews

Related Post