Thu. Sep 3rd, 2026

ସୁନ୍ଦରଗଡ ଜିଲା ଉଷୁ କୃତୀ ପ୍ରତିଯୋଗୀଙ୍କ ତାମିଲନାଡୁ ଯାତ୍ରା

305 Views

ରାଉରକେଲା, ୧ା୧୨  : ଡିସେମ୍ବର ମାସ ୧ରୁ ୬ ତାରିଖ ପର୍ଯ୍ୟନ୍ତ ୧୭ତମ ଜୁନିୟର ଜାତୀୟ ସ୍ତରୀୟ ଉଷୁ ଚମ୍ପିୟନସିପ୍ ତାମିଲନାଡୁର କେଏସ୍ଆର୍ ଇଞ୍ଜିନିୟରିଂ କଲେଜ ନମକ୍କଲ ଠାରେ ଆୟୋଜିତ ହେବାଯାଉଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ମନୋନୀତ ୩୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସୁନ୍ଦରଗଡର ୨ ଜଣ ବାଳକ ଓ ୨ ଜଣ ବାଳିକା ରହିଛନ୍ତି । ମନୋନୀତ ଖେଳାଳୀମାନେ ଗତମାସ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଭବନେଶ୍ୱର ସ୍ଥିତ ପୁମାସ୍ କମ୍ପେ୍ଲକ୍ସ ଠାରେ ପ୍ରଶିକ୍ଷଣ ନେଉଥିଲେ ।

ମନୋନୀତ ପ୍ରତିଯୋଗୀଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ତରଫରୁ ରାଉରକେଲାର ସୁରଭି ସ୍ପୋର୍ଟସ ସୋସାଇଟି ସେକ୍ଟର-୭ରୁ ତାଉଲୁ ଇଭେଣ୍ଟରେ ଆକାଂକ୍ଷା ବାରିକ ଓ ପ୍ରଦ୍ୟୁମ୍ନ ବେହେରା ଏବଂ ସୁନ୍ଦରଗଡର ଯୋଗୀମାଲ ଶାଖାରୁ ଶାଂସୁ ଇଭେଣ୍ଟରେ ଲିପ୍ସା ଷଡଙ୍ଗୀ ଓ ରସାନନ୍ଦ ମହାନନ୍ଦିଆ ଅଂଶଗ୍ରହଣ କରିବେ ବୋଲି ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସମ୍ପାଦକ ଶରତ କୁମାର ଦାସ ସୂଚନା ଦେଇଛନ୍ତି । ଏହି ଦଳରେ ଜାତୀୟ ସ୍ତରୀୟ ଜଜ୍ ଭାବେ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନର ସମ୍ପାଦକ ଶରତ କୁମାର ଦାସ ମନୋନୀତ ହୋଇଥିବା ବେଳେ ଜିତେନ୍ଦ୍ର ଯାଦବ ଅଂଶଗ୍ରହଣ କରିବେ ।

ଯାତ୍ରା କରୁଥିବା ପ୍ରତିଯୋଗୀମାନଙ୍କୁ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସଭାପତି ବିବେକ ଗୁପ୍ତା, ଉପସଭାପତି ନବନିତ ସିଂ ଛାବ୍ରା, ଅମନପ୍ରୀତ ସିଂ, ଉଦୟନାଥ ମିଶ୍ର, ଦେବଦତ୍ତ ଜେନା, ସମ୍ପାଦକ ଶରତ କୁମାର ଦାସ, ସହସମ୍ପାଦକ ସନ୍ତୋଷ କୁମାର ଭୂୟାଁ, ଜିଲା ଶାଖା ପ୍ରଶିକ୍ଷକ ସୁଜନ କୁମାର ରଥ, ସୁଶାନ୍ତ କୁମାର ଷଡଙ୍ଗୀ, ଶମ୍ଭୁନାଥ କେଶରୀ, ରାକେଶ ବେହେରା, ରତିକାନ୍ତ ମହାପାତ୍ର, ଅଜୟ ଲାକ୍ରା, ନିକି କୁମାରୀ, ସମୀର ମିଞ୍ଜ, ଏମ୍ଡି ଆବିଦ ପ୍ରମୁଖ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧାନ ଜ୍ଞାପନ କରିଛନ୍ତି ।

By amfnews

Related Post