Sun. Oct 18th, 2026
222 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ମେଡ଼ିକାଲ୍‌ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି।

ହେମଗିରି ଅଞ୍ଚଳର ସଂପୃକ୍ତ ଯୁବକ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ। ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ହେମଗିରି ଅଞ୍ଚଳର ନିଜ ଗାଁକୁ ଫେରିଥିଲେ। ତାପରଠୁ ସର୍ଦ୍ଦି, କାଶ ସହ ଜ୍ୱର ଲାଗିରହିଥିବାରୁ କରୋନାରେ ସେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କୁ ବର୍ତ୍ତମାନ ବୁର୍ଲା ବଡ଼ମେଡ଼ିକାଲ୍‌ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି। ଆଜି ତାଙ୍କ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯିବ ବୋଲି ସୂଚନା ମିଳିଛି ।

By amfnews

Related Post