Tue. Oct 6th, 2026

ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲର ସାର୍କ ମାଛ

221 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ୨ କୁଇଣ୍ଟାଲ ଓଜନର ହ୍ୱେଲ୍ ସାର୍କ ମାଛର ମୃତ୍ୟୁ ଘଟିଛି। ଗତକାଲି ମାଛଟି ଜୀବନ୍ତ ଅବସ୍ଥାରେ କୂଳରେ ଲାଗିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ଏହାକୁ ଦେଖି ସମୁଦ୍ର ଭିତରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ମାଛଟିର ମୃତ୍ୟୁ ଘଟିଥିଲା। ଏହାର ଲମ୍ବ ପ୍ରାୟ ୧୫ ଫୁଟ୍ ହେବ। ତେବେ ଆଜି ମୃତ ମାଛଟିର ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଗୋପାଳପୁର ସମୁଦ୍ର କୂଳକୁ ଏକ ବଡ଼ ସାର୍କ ଭାସି ଆସିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ମାଛଟିକୁ ସମୁଦ୍ର ଭିତରକୁ ପଠାଇ  ଦେଇଥିଲେ।

By amfnews

Related Post