Thu. Jun 11th, 2026

ସୁଟିଂ ସେଟରୁ ଘରକୁ ଅଟୋରେ ଫେରୁଛନ୍ତି ‘କବୀର ସି˚ହ’ ଫେମ୍ ନାୟିକା କିଆରା ଆଡ଼ଭାନି

218 Views

ମୁମ୍ବାଇ: ନିଜର ଏକାଧିକ କାର‌୍‌ ଅଛି, ପାଖରେ ଅର୍ଥର ଅଭାବ ନାହିଁ। ତଥାପି ସୁଟି˚ ସେଟ୍‌ରୁ ଅଟୋ ଭଡ଼ା କରି ଘରକୁ ଫେରୁଛନ୍ତି କିୟାରା ଆଡ଼ଭାନି। ସେ ରହୁଛନ୍ତି ମୁମ୍ବଈର ଦକ୍ଷିଣାଞ୍ଚଳରେ। ତାଙ୍କର ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍‌’ର ସୁଟି˚ ଚାଲିଛି ମଢ଼ ଟାପୁରେ। ଵରସୋଵା ଜେଟିରୁ ସର୍ବସାଧାରଣଙ୍କ ପରିବହନ ଲାଗି ଉଦ୍ଦିଷ୍ଟ ବଡ଼ ମୋଟର‌୍‌ ଚାଳିତ ଡଙ୍ଗାରେ ଯାଉଛନ୍ତି ମଢ଼ ଟାପୁ।

ସେଠାରୁ ଫେରିବା ପରେ ଅଟୋରେ ଘରକୁ ଯାଉଛନ୍ତି। ରାସ୍ତାରେ ଅତିଶୟ ଭିଡ଼ ହେଉଥିବାରୁ, ସେ ଅଟୋରେ ଫେରିବାକୁ ପସନ୍ଦ କରୁଥିବା କହୁଛନ୍ତି। କ୍ଳାନ୍ତ ଥିବା ବେଳେ ଭିଡ଼ରେ ଫସି ଘଣ୍ଟା ଘଣ୍ଟା ଧରି ପଡ଼ିରହିବାକୁ କାହାକୁ ବା ଭଲଲାଗେ! ଅଟୋ ଗଳି-କନ୍ଦିରେ ପଶି ଶୀଘ୍ର ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିପାରେ। ତେଣୁ, ଅଟୋର ସୁବିଧା କାହିଁକି ନ ନେବେ ସେ!

ନିକଟରେ ମୁକ୍ତିଲାଭ କରିଥିବା ‘କଳଙ୍କ’ ଓ ‘କବୀର ସି˚ହ’ର ସଫଳତା ଦ୍ବାରା କିୟାରା ବେଶ୍‌ ଉତ୍ସାହିତ। ‘ଗୁଡ୍‌ ନିଉଜ୍‌’ର ସୁଟି˚ ସରିଛି। ‘ଲକ୍ଷ୍ମୀ ବମ୍ବ୍‌’, ‘ଶେରଶାହ’ ଓ ‘ଇନ୍ଦୁ କୀ ଜଵାନୀ’ର ସୁଟି˚ ସାରିଛି। ଏକ ତାମିଲ ଭାଷୀ ଫିଲ୍ମ  ପାଇଁ ମଧ୍ୟ ସେ ଅନୁବନ୍ଧିତା। ସବୁତକ ସିନେମା ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ତେଣୁ, ପେସାଦାର ଜୀବନରେ ସେ ଅତି ମାତ୍ରାରେ ବ୍ୟସ୍ତ।

By amfnews

Related Post