Fri. Sep 25th, 2026

ସିଲିଗୁଡ଼ି ସଫାରି ପାର୍କ ଖୁଆଡ଼ରୁ ବାହାରି ପଡ଼ିଲା କଲରାପତ୍ରିଆ: ଦର୍ଶକେ ଆତଙ୍କିତ

268 Views

କୋଲକାତା, ଜାନୁୟାରୀ ୦୨ : ଖୁଆଡ଼ରୁ ଗୋଟାଏ କଲରାପତ୍ରିଆ ବାଘ ବାହାରି ଯାଇଥିବା କଥା ଶୁଣିବା ପରେ ମଙ୍ଗଳବାର ଦିନ ବଣ୍ୟଜନ୍ତୁଙ୍କୁ ଦେଖିବା ଲାଗି ବେଙ୍ଗଲ୍‌ ସଫାରି ପାର୍କକୁ ଆସିଥିବା ଦର୍ଶକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଭିଏଁ ପ୍ରାର୍ଥନା କରୁଥିଲେ ସେମାନେ ଯେମିତି ସେ ବାଘ ହାବୁଡ଼ରେ ନ ପଡ଼ନ୍ତୁ।

କଲରାପତ୍ରିଆମାନଙ୍କ ମଧ୍ୟରୁ ଗୋଟିଏ ନିଜ ଖୁଆଡ଼ରେ ନାହିଁ ବୋଲି ଅଧିକାରୀମାନେ ଦେଖିବା ପରେ ସେଠାରେ ଦର୍ଶକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ସଚିନ୍‌ ନାମକ ସେ କଲରାପତ୍ରିଆ ନିରୁଦ୍ଦିଷ୍ଟ ହୋଇଥିବା କଥା ଜଣାପଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ଦର୍ଶକମାନଙ୍କୁ ଆଉ ଉଦ୍ୟାନ ମଧ୍ୟକୁ ଛଡ଼ା ଯାଇ ନ ଥିଲା। ନିରୁଦ୍ଦିଷ୍ଟ ସଚିନକୁ ଖୋଜିବା ଲାଗି ମଙ୍ଗଳବାର ଦିନ ବ୍ୟାପକ ତଲାସ ଅଭିଯାନ ଚାଲିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା। ତାକୁ ଧରିବା ଲାଗି ଖାଦ୍ୟ ପଦାର୍ଥ ସହ ୧୦ଟି ଯନ୍ତା ବସା ଯାଇଥିଲା ଓ ତାକୁ ଖୋଜିବାକୁ ଗୁଡ଼ାଏ ହାତୀଙ୍କୁ କାମରେ ଲଗାଯାଇଥିଲା।

ବୁଧବାର ଦିନ ବଣ୍ୟ ଅଧିକାରୀମାନେ କହିଛନ୍ତି କି, ସମ୍ଭବତଃ ସଚିନ କୌଣସି ଗଛରେ ଚଢ଼ି ଖୁଆଡ଼ରୁ ବାହାରି ଯାଇଛି।

By amfnews

Related Post