Mon. Sep 14th, 2026

ସିମୁ ଶୋଭାଯାତ୍ରାରେ କଳକାରଖାନାର ଶ୍ରମିକ ସାମିଲ

415 Views

ରାଉରକେଲା, ୧୫ା୬ (ସବ୍ୟୁ) : ଗଣେଶ ମେଟାଲିକ୍ସରେ ଶ୍ରମ ଆଇନର ଉଲ୍ଲଂଘନ ଅଭିଯୋଗ ଓ ଶ୍ରମିକ ଛଟେଇକୁ ନେଇ ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜ୍ଦୁର ୟୁନିୟନ (ସିମୁ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ଶୋଭାଯାତ୍ରା ବାହାରିଥିଲା । କଲୁଙ୍ଗା ଓ ରାଉରକେଲା ଶିଳ୍ପାଞ୍ଚଳର ଶ୍ରମିକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭେଷଜ ପଟେଲ ଛକରୁ ଏହି ଶୋଭାଯାତ୍ରା ବାହାରି ସିଭିଲଟାଉନସିପ୍ରେ ଥିବା କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟ ନିକଟକୁ ଯାଇଥିଲା ।

ସିମୁର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, ଉପସାଧାରଣ ସମ୍ପାଦକ ବିମାନ ମାଇତି, ସମ୍ପାଦକ ଯଯାତି କେଶରୀ ସାହୁ, ସିଟୁର ଉପସଭାପତି ବି.ପି. ମହାପାତ୍ର, ସମ୍ପାଦିକା ତାଜମୁନ ନେହାର, ସିଟୁ ଜିଲା କମିଟି ନେତା ଏଚ.ଏନ. ଯାଦବ, ଦିବାକର ମହାରଣା, ଲକ୍ଷ୍ମୀଧର ନାୟକ, ଅରୁ ଦାସ, ଡି.ପି.ଦାସ, ଚମ୍ପା କୁଜୁର ପ୍ରମୁ୍ଖ ଉଦବୋଧନ ଦେଇ ଆଦବାସୀମାନଙ୍କର ଜଳ, ଜମି ଓ ଯୁବକମାନଙ୍କର ପରିଶ୍ରମ ଦ୍ୱାରା କମ୍ପାନୀ ଫାଇଦା ହାସଲ କରୁଥିବା ଶ୍ରମିକମାନେ ଉପଯୁକ୍ତ ପ୍ରାପ୍ୟ ନପାଇବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ, ଇଏସଆଇ, ବୋନସ ଆଦି ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରାଯାଇଥିଲା । ଏହି ବିକ୍ଷୋଭରେ ଏସିଆଟିକ୍ ଗ୍ୟାସର ଅଶୋକ ରାୟ, ଇଷ୍ଟର୍ଣ୍ଣ ଇକ୍ୟୁପମେଣ୍ଟର ରଞ୍ଜନ ବେହେରା, ଇଷ୍ଟର୍ଣ୍ଣ ଆଲଏଜର ନେତା କ୍ଷୀରୋଦ ବେହେରା, ଗଣେଶ ଜେନା, ଜୟଆଇରନର ଅଜିତ ଦାସ, ସର୍ବେସ କାରଖାନାର ସରୋଜ ବାର୍ଲା, ଉକ୍ରଳ ମୋଲଡର ନେତା କହ୍ନେଇ ବାନାର୍ଜୀ, ସିମୁ ଜିଲା କମିଟି ନେତା କିଶୋର ତନ୍ତୀ, ବିନୟ ବେହେରା, ବିଶ୍ୱଜିତ ମାଝି ପ୍ରମୁଖ ନେତୃତ୍ୱ ନେଇଥିଲେ ।

Related Post