Thu. Oct 15th, 2026

ସିଭିଲ୍‌ ସର୍ଭିସ୍‌ ନିମନ୍ତେ ସର୍ବୋଚ୍ଚ ବୟସ ସୀମା ୨୭ ବର୍ଷ କରାଯାଉ: ନୀତି ଆୟୋଗ

329 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : ସିଭିଲ୍‌ ସର୍ଭିସ୍‌ରେ ଯୋଗ ଦେବା ନିମନ୍ତେ ସାଧାରଣ ବର୍ଗଙ୍କ ଲାଗି ସର୍ବୋଚ୍ଚ ବୟସ ସୀମା ୩୦ ବର୍ଷରୁ କମାଇ ୨୭ ବର୍ଷ କରାଯାଉ ବୋଲି ନୀତି ଆୟୋଗ ପ୍ରସ୍ତାବ ଦେଇଛି। ୨୦୨୨-୨୩ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହି ବ୍ୟବସ୍ଥା ଲାଗୁ କରାଯାଉ ଏବଂ ସମସ୍ତ ସିଭିଲ୍‌ ସର୍ଭିସ ନିମନ୍ତେ ଗୋଟିଏ ସମନ୍ଵିତ ପରୀକ୍ଷା କରାଯାଉ ବୋଲି ନୀତି ଆୟୋଗ କହିଛି।

ସମସ୍ତ ଚାକିରି ଚୟନ ନିମନ୍ତେ ଗୋଟିଏ ଟାଲେଣ୍ଟ୍‌ ପୁଲ୍‌ କରାଗଲେ ପ୍ରାର୍ଥୀମାନଙ୍କର ସାମର୍ଥ୍ୟକୁ ଚାହିଁ କାର୍ଯ୍ୟଭାର ଦିଆ ଯାଇ ପାରିବ। ସେଥିରେ କାର୍ଯ୍ୟର ସବିଶେଷ ବିବରଣୀ ମଧ୍ୟ ରଖାଯାଉ ବୋଲି ନୀତି ଆୟୋଗ ପ୍ରସ୍ତାବ ଦେଇଛି।

Strategy for New India @75ରେ ନୀତି ଆୟୋଗ ପ୍ରସ୍ତାବ ଦେଇଛି ଯେ ଚାକିରର ପ୍ରାସଙ୍ଗିକତା ଏବଂ ସମାନତା ଜରିଆରେ ସିଭିଲ୍‌ ସର୍ଭିସ୍‌ର ସଂଖ୍ୟା କମାଇ ଦିଆଯାଉ।

ସମ୍ପ୍ରତି କେନ୍ଦ୍ର ଓ ରାଜ୍ୟ ସ୍ତରରେ ୬୦ ରୁ ଊର୍ଦ୍ଧ୍ୱ ପୃଥକ୍‌ ସିଭିଲ୍‌ ସର୍ଭିସ୍‌ ରହିଛି।

By amfnews

Related Post