Fri. Jun 12th, 2026

ସିବିଆଇ ଦ୍ବାରା ଗିରଫ ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା

211 Views

ଭୁବନେଶ୍ବର  :  ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ସକାଳେ ସିବିଆଇ ଗିରଫ କରିଥିବାର ସୂଚନା ମିଳିଛି। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିବାର ସୂଚନା ମିଳିଛି । ଆଜି ଭୋର ସମୟରେ ଆଶୀର୍ବାଦ ବେହେରାଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ସିବିଆଇ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା ଏବଂ ଜେରା କରିଥିଲା ।ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତହେଲେ ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। ଆଗରୁ କମଳାକାନ୍ତ ବି ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ଟି ଅତିରିକ୍ତ ଚାଜସିଟ୍‌ ଦାଖଲ କରିସାରିଥିବା କୁହାଯାଉଛି।

By amfnews

Related Post