Sat. May 16th, 2026

ସିବିଆଇର ଅନ୍ତରୀଣ ମୁଖ୍ୟଙ୍କ ପତ୍ନୀ ଏକ କଂପାନିକୁ ୧.୧୪ କୋଟି ଋଣ ଦେଇଛନ୍ତି

234 Views

କୋଲକାତା,୨୯/୧୦ : ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କ ପତ୍ନୀ ସନ୍ଧ୍ୟା ୨୦୧୨ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ତିନି ଥର ଏ ଏମ୍‌.ପି ଏଲ ନାମକ ଏକ ଘରୋଇ କଂପାନିକୁ ୧.୧୪ କୋଟି ଟଙ୍କାର ଋଣ ଦେଇଛନ୍ତି। ଏହି କଂପାନି କୋଲକାତାରେ ରହିଛି।
ଏହି ଖୁଲାସା କରିଛି ରେଜିଷ୍ଟ୍ରାର୍‌ ଅଫ୍‌ କଂପାନି। ଏହାର ତଥ୍ୟ ଅନୁଯାୟୀ ସଂଧ୍ୟା ଏଏମ୍‌ପିଏଲ ଠାରୁ ୨୦୧୧ ମସିହାରେ ଆର୍ଥିକ ସମାପ୍ତି ଭିତରେ ୨୫ ଲକ୍ଷ ଟଙ୍କାର ଋଣ ଦେଇଥିଲେ। ଏହାପରେ ସନ୍ଧ୍ୟା ତିନି ଥର କଂପାନିକୁ ୧ କୋଟି ୧୮ ଲକ୍ଷ ଟଙ୍କାର ଋଣ ଦେଇଛନ୍ତି। ଏଥିମଧ୍ୟରୁ ୨୦୧୨ରେ ୩୫.୫୬ ଲକ୍ଷ । ସେ ୨୦୧୩ ରେ ୩୮.୨୭ ଲକ୍ଷ ଓ ୨-୦୧୪ ରେ ୪୦.୨୯ ଲକ୍ଷ ଟଙ୍କା ଦେଇଥିବା ଜଣାଯାଇଛି।

ରେଜିଷ୍ଟ୍ରାର୍‌ ଅଫ୍‌ କଂପାନୀର ତାଲିକାରେ କୋଲକାତାର ପ୍ରବୀଣ ଅଗ୍ରଓ୍ଵାଲ୍‌ ଏମପିଏଲର ନିର୍ଦ୍ଦେଶକ ଭାବେ ନାମିତ ଅଛନ୍ତି।ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବୀଣ କରିଛନ୍ତି ଯେ,ସନ୍ଧ୍ୟା ହେଉଛନ୍ତି ତାଙ୍କର ପାରବାରିକ ବନ୍ଧୁ ଏମ୍‌.ନାଗେଶ୍ୱରର ରାଓଙ୍କ ପତ୍ନୀ। ସେ ରାଓଙ୍କୁ ସେବେଠୁଁ ଜାଣିଛନ୍ତି,ଯେବେ ଠୁଁ ସେ ଓଡ଼ିଶା କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ଥିଲେ, ଏଣୁ ସନ୍ଧ୍ୟାଙ୍କଠାରୁ ଋଣ ନେବାରେ ଅସୁବିଧା କ’ଣ ଅଛି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ।

ତେବେ ଏହି ପ୍ରସଙ୍ଗରେ ସିବିଆଇର ମୁଖପାତ୍ରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା କୁହାଯାଉଛି।

By amfnews

Related Post