Sat. May 16th, 2026

ସିଡନୀ ଗ୍ରାଉଣ୍ଡରେ ଜାଦେଜା, ଯାଦବଙ୍କ ଚମତ୍କାର ବୋଲିଂ, ଅଷ୍ଟ୍ରେଲିଆ ୧୪୮/୩

311 Views

ସିଡନୀ, ଜାନୁଆରୀ ୦୫ : ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତର ବିଶାଳ ୬୨୨/୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲିଂର କଡ଼ା ଜବାବ ଦେଇଛନ୍ତି। ବିଶେଷ କରି ପେସ୍‌ ବୋଲରମାନେ ସିଡନୀ ପିଚ୍‌ରୁ ବିଶେଷ ଫାଇଦା ଉଠାଇ ପାରୁ ନ ଥିବା ବେଳେ ଭାରତର ଦୁଇ ନିର୍ଭରଯୋଗ୍ୟ ସ୍ପିନ୍‌ ବୋଲର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ଅଷ୍ଟ୍ରେଲିଆ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିଛନ୍ତି। ତେବେ ତୃତୀୟ ଦିନ ଖେଳରେ ଅଷ୍ଟ୍ରେଲିଆ ଭାରତୀୟ ବୋଲିଂର ଦୃଢ଼ ଜବାବ ଦେଇ ମାତ୍ର ତିନି ଓ୍ଵିକେଟ ବିନିମୟରେ ୧୪୮ରନ୍‌ ସଂଗ୍ରହ କରି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ଭାରତ ରବୀନ୍ଦ୍ର ଜାଦେଜାଙ୍କ ଆଉଟ୍‌ ପରେ ୬୨୨ରନରେ ପାଳି ଘୋଷଣା କରିଥିଲା। ତେବେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭରେ ମହମ୍ମଦ ସାମି ଏକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଋଷଭ ପନ୍ତ କ୍ୟାଚ୍‌ ମିସ୍‌ କରିବାରୁ ଷ୍ଟ୍ରେଲିଆ ଗତକାଲି ବିନା କୌଣସି ଓ୍ଵିକେଟ ହରାଇ ୨୪ ରନ୍‌ କରିଥିଲା। ଆଜି ତୃତୀୟ ଦିନ ଖେଳ ଆରମ୍ଭରେ ଅଷ୍ଟ୍ରେଲିଆ ବେଶ୍‌ ସତର୍କତା ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲା। ତେବେ ଅଷ୍ଟ୍ରେଲିଆର ସ୍କୋର ୭୨ ରନ୍‌ରେ ପହଞ୍ଚିଥିବା ବେଳେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। କୁଲଦୀପ ଯାଦବ ଖଓ୍ଵାଜାଙ୍କୁ ଆଉଟ୍‌ କରିଥିବା ବେଳେ ରବୀନ୍ଦ୍ର ଜଦେଜା ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆର ୨ଟି ଓ୍ଵିକେଟ ଅକ୍ତିଆର କରିଥିଲେ। ମାର୍କସ ହାରିସ୍‌ଙ୍କୁ ରବୀନ୍ଦ୍ର ଜାଦେଜା ବୋଲଡ୍‌ ଆଉଟ୍‌ କରିବା ପରେ ସନ୍‌ ମାର୍ସଙ୍କୁ ରାହାନେଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତ ପାଇଁ ତୃତୀୟ ସଫଳତା ଆଣି ଦେଇଛନ୍ତି ରବୀନ୍ଦ୍ର ଜାଦେଜା।

By amfnews

Related Post