Wed. Jun 10th, 2026

ସିଙ୍ଗାପୁରୀ ବିମାନ ପରିଚାରିକାଙ୍କ ସହ ଅସଦାଚରଣ କରି ଜେଲ୍‌ ଗଲେ ଭାରତୀୟ ବଂଶୋଦ୍ଭବ

402 Views

ଗୋଟିଏ ଲଜିଷ୍ଟିକ୍‌ ଫାର୍ମରେ କାମ କରୁଥିବା ସେ ବ୍ୟକ୍ତିଜଣକ ହେଉଛନ୍ତି ପରାଞ୍ଜପେ ନିରଞ୍ଜନ ଜୟନ୍ତ। ସେ ଜଣେ ୨୩ ବର୍ଷୀୟ ବିମାନ ପରିଚାରିକାଙ୍କ ସହ ଅସଦାଚରଣ କରିଛନ୍ତି ବୋଲି ଅଗଷ୍ଟ ମାସରେ ଦୁଇଟି ଅଭିଯୋଗ ଦାଏର ହୋଇଥିଲା ଏବଂ ଗୋଟିଏ ଅଭିଯୋଗ ବିଚାରକୁ ନିଆଯାଇ ଦଣ୍ଡାଦେଶ ହୋଇଥିଲା।

ସିଡ୍‌ନି ରୁ ସିଙ୍ଗାପୁର- ଆଠଘଣ୍ଟିଆ ଯାତ୍ରା ସମୟରେ ଜୟନ୍ତ ଅଳ୍ପ କେତେ ଥର ସେ ପରିଚାରିକାଙ୍କ ନିକଟରେ ପହଞ୍ଚି ଫୋନ୍‌ ନମ୍ବର ମାଗିଥିଲେ। କିନ୍ତୁ, ସେ ପରିଚାରିକାଜଣକ ତାଙ୍କ କଥା ଏଡ଼ାଇ ଯାଇଥିଲେ।

ସ୍କୁଟ୍‌ ଫ୍ଲାଇଟ୍‌ର ବିଜ୍‌ନେସ୍‌ କ୍ଲାସ୍‌ ପାସେଞ୍ଜର୍‌ ଭାବେ ଯାଉଥିବା ଜୟନ୍ତ ସେ ପରିଚାରିକାଙ୍କର କଟୀକୁ ମଧ୍ୟ ଆଉଁଶି ଦେଇଥିଲେ।

ଡେପୁଟି ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ ଜେମ୍‌ସ୍‌ ଚିଉ କହନ୍ତି: ପରେ, ବିମାନର ଯାତ୍ରା ସମୟରେ, ଅଭିଯୁକ୍ତ ସାମ୍ନା ଗେଲିରେ ଥିବା ସେ ପରିଚାରିକାଙ୍କ ନିକଟକୁ ଅଳ୍ପ କେତେ ଥର ଉଠି ଯାଇ ତାଙ୍କୁ ଫୋନ୍‌ ନମ୍ବର ମାଗିଥିଲେ। ପୀଡ଼ିତା ଅନୁରୋଧ ଏଡ଼ାଇ ଦେଇଥିଲେ।

ପରିଚାରିକା ତାଙ୍କ ପାଖରୁ ହଟିଯାଇଥିଲେ ଓ ଜୟନ୍ତ ନିଜ ସିଟ୍‌କୁ ଫେରିବା ପୂର୍ବରୁ ତାଙ୍କୁ ସୁନ୍ଦରୀ ବୋଲି କହିଲେ। ବିମାନ ଅବତରଣ କରିବାର ପ୍ରାୟ ଘଣ୍ଟାଏ ପୂର୍ବରୁ ଜୟନ୍ତ ପୁଣି ତାଙ୍କ ପାଖକୁ ଯାଇ ଅସଦାଚରଣ କରିଥିଲେ।

ପରିଚାରିକାଜଣକ ତୁରନ୍ତ ତାଙ୍କ ସୁପର୍‌ଭାଇଜର୍‌ଙ୍କୁ ଏ କଥା ଜଣାଇଥିଲେ। ପରେ ସେ ପରିଚାରିକା ଚାଙ୍ଗି ଏୟାର୍‌ପୋର୍ଟ ଟର୍ମିନାଲ୍‌ ୨ ଥାନାରେ ଅଭିଯୋଗ ଦାଏର୍‌ କରିଥିଲେ।

ଜିଲ୍ଲା ଜଜ୍‌ ଲିମ୍‌ ସେ ହଅଙ୍କୁ ଜୟନ୍ତ କହିଥିଲେ କି, ଅପକର୍ମ ସମୟରେ ସେ ନିଶାଗ୍ରସ୍ତ ଥିବାରୁ ବେକାବୁ ହୋଇ ଯାଇଥିଲେ।ସେ ଦୁଃଖିତ ଏବଂ କ୍ଷମାପ୍ରାର୍ଥୀ।

ପ୍ରତ୍ୟେକ ଅସଦାଚରଣ ଅଭିଯୋଗ ନିମନ୍ତେ ତାଙ୍କୁ ଦୁଇ ବର୍ଷ ଯାଏଁ ଜେଲ୍‌ ଦଣ୍ଡ ଓ ଜରିମାନା ବା ବେତ୍ରାଘାତ ହୋଇ ଥାଆନ୍ତା

By amfnews

Related Post