Wed. Sep 9th, 2026

‘ସିଏଏ’ ପ୍ରତିବାଦ ବେଳେ ପୁଲିସ ନୁହେଁ, ପ୍ରତିବାଦକାରୀଙ୍କ ଗୁଳି ଚାଳନାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି: ଉତ୍ତର ପ୍ରଦେଶ ପୁଲିସ

295 Views

ନୂଆଦିଲ୍ଲୀ: ହିଂସାକାଣ୍ଡ ଯୋଗୁଁ ଉତ୍ତର ପ୍ରଦେଶରେ ହୋଇଥିବା ୧୮ ଜଣଙ୍କ ମୃତ୍ୟୁ ପାଇଁ ‘ସିଏଏ’ ପ୍ରତିବାଦକାରୀମାନେ ଦାୟୀ ବୋଲି ରାଜ୍ୟ ପୁଲିସ ଶନିବାର ଦିନ କହିଛି। ପ୍ରତିବାଦକାରୀମାନେ ୧୦୦ରୁ ଅଧିକ ରାଉଣ୍ଡ୍‌ ଗୁଳି ଚଳାଇଥିଲେ।

ପୁଲିସ ଦାବି କରିଛି ଯେ ପ୍ରତିବାଦକାରୀମାନେ ଚଳାଇଥିବା ଗୁଳିର ୪୦୫ଟି ଖୋକା ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ସାରିଲାଣି। ୧୮ଟି ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ମୃତବ୍ୟକ୍ତିଙ୍କ ଦେହରେ ଦେଶୀ ଗୁଳିର ଚୋଟ ଲାଗିଥିଲା।

ପୂର୍ବରୁ ହିଂସାକାଣ୍ଡଜନିତ ମୃତ୍ୟୁ ବିଷୟରେ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ ଓ. ପି. ସିଂହ କହିଥିଲେ ଯେ ପ୍ରତିବାଦକାରୀମାନେ ମହିଳା ଓ ପିଲାଙ୍କୁ ଢାଲ ଭଳି ବ୍ୟବହାର କରୁଛନ୍ତି। ପୁଲିସ ଗୁଳି ଚଳାଇ ନାହିଁ ବରଂ ପ୍ରତିବାଦକାରୀମାନେ ପରସ୍ପର ଉପରକୁ ଗୁଳି ଚଳାଇବାରୁ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି। ଆମେ ବିଚାର ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ହିଂସାକାଣ୍ଡ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଭରଣା ନିମନ୍ତେ ଦଙ୍ଗାକାରୀଙ୍କ ସମ୍ପତ୍ତି ବ୍ୟାଜପ୍ତ କରିବାକୁ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ସ୍ଥିର କରିଛନ୍ତି। ଦଙ୍ଗାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତ କରିବା ନିମନ୍ତେ ଚାରିଜଣିଆ ସଦସ୍ୟବିଶିଷ୍ଟ ଟିମ୍‌ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

By amfnews

Related Post